UPI ପେମେଣ୍ଟରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଆଉ ଆବଶ୍ୟକ ପଡ଼ିବନି PIN

1 min read

ନନ୍ଦିଘୋଷ ବ୍ୟୁରୋ: UPIକୁ ନେଇ ଶୁଣିବାକୁ ମିଳୁଛି ବଡ଼ ଅପଡେଟ୍ । ଖୁବ ଶୀଘ୍ର ବଦଳିବାକୁ ଯାଉଛି ୟୁପିଆଇ ପ୍ରେମେଣ୍ଟ ମେଥଡ । ଏହି ନୂଆ ପରିବର୍ତ୍ତନରେ ଆପଣଙ୍କୁ ପେମେଣ୍ଟ କରିବା ବେଳେ ଆଉ ପିନ୍ ଦେବାକୁ ପଡ଼ିବ ନାହିଁ । କିଛି ରିପୋର୍ଟରେ ଦାବି କରାଯାଉଛି NPCI (ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ନିଗମ) ଫେସ୍ ଅଥେନଟିଫିକେଶନ ବା ବାୟୋମେଟ୍ରିକ୍ସ ଜରିଆରେ ୟୁପିଆଇ ପେମେଣ୍ଟ କରାଯିବା ଉପରେ ବିଚାର କରୁଛନ୍ତି । ଏହି ନିୟମ ଆସିବା ପରେ ପିନ୍ ଦେଇ ପେମେଣ୍ଟ କରିବା ଅପ୍ସନାଲ ହୋଇଯିବ ।

ୟୁପିଆଇ ଏହି ସିଷ୍ଟମ ଆଣିବା ପରେ ପେମେଣ୍ଟ ପ୍ରୋସେସ ଆହୁରି ଶୀଘ୍ର ହେବ । ପେମେଣ୍ଟ ସମୟରେ ହେଉଥିବା ସମସ୍ୟା ବି ଶେଷ ହୋଇଯିବ । ଏହାସହ ଫ୍ରଡ ଓ ସ୍କାମ ସମସ୍ୟା ବି ଦୂର ହୋଇଯିବ । କାରଣ ଫେସ୍ ପେମେଣ୍ଟ ଦ୍ବାରା ସୁରକ୍ଷା ଆହୁରି ମଜଭୁତ ହୋଇଯିବ ।  ବର୍ତ୍ତମାନ ସମୟରେ କୌଣସି ୟୁପିଆଇ ପେମେଣ୍ଟ କରିବାକୁ ହେଲେ ୪ରୁ ୬ ଅଙ୍କର ପିନ୍ ବା ପାସଓ୍ବାର୍ଡ ଦେବାକୁ ପଡୁଛି ।

କୁହାଯାଉଛି, ୟୁପିଆଇରେ ହେଉଥିବା ଠକେଇ କମ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହେବାକୁ ଯାଉଛି । କାରଣ ୟୁପିଆଇରେ ପିନ୍ ତୁଳନାରେ ଜଣଙ୍କ ଶରୀର କୌଣସି ଅଙ୍ଗର ବିଶେଷତାକୁ ଚୋରି କରିବା କଷ୍ଟ ହେବ । ଏହାସହ ପିନ ବା ପାସଓ୍ବାର୍ଡ ମନେ ରଖିବାର ଚିନ୍ତା ବି ରହିବ ନାହିଁ । ବିଶେଷ କରି ପାଠପଢ଼ି ନଥିବା ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ ।

ସୂଚନାଯୋଗ୍ୟ, ଆରବିଆଇର ୨୦୨୫ ଜୁନ ପେମେଣ୍ଟ ସିଷ୍ଟମ ସଭ୍କେତକି ରିପୋର୍ଟ ଅନୁସାରେ ୟୁପିଆଇ ନେଣଦେଣର ମାତ୍ର ବଢ଼ି ୧୮.୩୯ ବିଲିୟନ ହୋଇଯାଇଛି । ଯାହାର ପୂରା ମୂଲ୍ୟ ୨୪.୦୩ ଲକ୍ଷ କୋଟି ଟଙ୍କା ଥିଲା ।