ପାକିସ୍ତାନର ଗୋପନ ଯୋଜନା : ଚୀନ ସହଯୋଗରେ କରୁଛି ଆଣବିକ ଅସ୍ତ୍ରର ଆଧୁନିକୀକରଣ !

ନନ୍ଦିଘୋଷ ବ୍ୟୁରୋ : ଚୀନର ସହାୟତାରେ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛି ପାକିସ୍ତାନ। ଏକ୍ଷେତ୍ରରେ ପାକିସ୍ତାନକୁ ଚୀନ ସମସ୍ତ ପ୍ରକାର ଜ୍ଞାନ କୌଶଳ ଓ ଆର୍ଥିକ ସହାୟତା ଯୋଗାଉଛି ବୋଲି ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ପକ୍ଷରୁ ପ୍ରକାଶିତ ୱାର୍ଲଡ ଥ୍ରେଟ ଆସେସମେଣ୍ଟ ରିପୋର୍ଟରେ ଦର୍ଶାଯାଇଛି। ଆସନ୍ତା ବର୍ଷଗୁ଼ଡିକରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ସୀମାପାର୍ ଉତ୍ତେଜନା ବୃଦ୍ଧି ଓ ଆଣବିକ ଅସ୍ତ୍ରଶସ୍ତ୍ରଗୁଡିକର ଆଧୁନିକୀକରଣକୁ ପାକିସ୍ତାନ ଅଗ୍ରାଧିକାର ଦେଉଥିବା ସୂଚନା ମିଳିଛି।

ରିପୋର୍ଟରେ କୁହାଯାଇଛି ଆଣବିକ ସାମଗ୍ରୀ ଓ ଆଣବିକ କମାଣ୍ଡକୁ ସୁରକ୍ଷିତ ରଖିବା ଲାଗି ପାକିସ୍ତାନ ଉଦ୍ୟମ ଜାରି ରଖିଛି। ସବୁଠାରୁ ବଡ଼ କଥା ହେଉଛି ଗଣବିଧ୍ବଂସୀ ଅସ୍ତ୍ରଶସ୍ତ୍ରର ବି ବିକାଶ କରୁଛି ପାକିସ୍ତାନ। ଏକ୍ଷେତ୍ରରେ ପାକିସ୍ତାନକୁ ଚୀନ ସମସ୍ତ ସହାୟତା ଦେଉଛି। ଏହି ଧରଣର ଅସ୍ତ୍ରଶସ୍ତ୍ର ହଂକଂ, ସିଙ୍ଗାପୁର, ତୁର୍କୀ ଓ ୟୁଏଇ ଦେଇ ପାକିସ୍ତାନକୁ ଚୀନ ପଠାଇଥିବା କୁହାଯାଇଛି।