ବଦଳିବନି ଦର୍ପଦଳନ ରଥର ଅଖ, ସତର୍କତା ପାଇଁ ଲାଗିବ ୟୁ କ୍ଲାମ୍ପ

ପୁରୀ: ବଦଳିବନି ଦର୍ପଦଳନ ରଥର ଅଖ । ଅଖରେ ସେଭଳି କୌଣସି ଗୁରୁତର ଫାଟ ହୋଇନି । ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ଏନେଇ ସ୍ପଷ୍ଟ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ଦେବୀ ସୁଭଦ୍ରାଙ୍କ ସାନ ଉଛୁଳା ବା ପଛୁଆଣି ଅଖରେ ଫାଟ ପରେ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ହୋଇଥିଲା । ଏହି ବୈଠକରେ ପରିଚାଳନା କମିଟି ସଦସ୍ୟଙ୍କ ସହ ରଥ ଯାଞ୍ଚ ବୈଷୟିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଅଖ ପରିବର୍ତନ କରାଯିବ ନାଁ ସେହି ଅଖକୁ କ୍ଲାମ୍ପ ଲଗାଯାଇ ମରାମତି କରାଯିବ, ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।