ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି ମହମ୍ମଦ ସାମି
1 min readନନ୍ଦିଘୋଷ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଭାରତ ଏବେ ୨-୦ରେ ପଛୁଆ ରହିଛି । ଏହି ସିରିଜ ପରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳିବ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ସିରିଜ ଖେଳିବାକୁ ଯାଉଥିବାବେଳେ ୧୫ ଜଣିଆ ଟିମ ଘୋଷଣା ହୋଇଛି । ସେପଟେ ୩ ଜଣ ରିଜର୍ଭ ଖେଳାଳି ମଧ୍ୟ ରହିଛନ୍ତି । ଆଶା କରାଯାଉଥିଲା କି, ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳକୁ ମହମ୍ମଦ ସାମି ଦଳକୁ ଫେରିବେ ମାତ୍ର ପୁଣିଥରେ ପ୍ରଂଶସକମାନେ ନିରାଶ ହୋଇଛନ୍ତି । ଏବେ ଯଦି ସାମି ପୁଣିଥରେ ଫିଟନେସ ଟେଷ୍ଟରେ ପାସ୍ କରନ୍ତି ତାହେଲେ ଦଳକୁ ଫେରିବାର ସମ୍ଭାବନା ରହିଛି । ମାତ୍ର ସାମିଙ୍କ ଆଣ୍ଠୁ ଫୁଟିଥିବା ସୂଚନା ମିଳିଛି । ସେ ଶତପ୍ରତିଶତ ଫିଟ୍ ହୋଇନଥିବାବେଳେ ଦଳକୁ ଫେରିବାର ଆଶା ଏବେ ମଉଳିଛି । ପରବର୍ତ୍ତୀ ସମୟରେ ରଣଜୀ ମ୍ୟାଚ ଖେଳିବାର ଯୋଜନା ରହିଛି । ପଶ୍ଚିମବଙ୍ଗ ପକ୍ଷରୁ ରଣଜୀ ଖେଳୁଥିବା ମହମ୍ମଦ ସାମି ରଣଜି ଦଳକୁ ଖୁବଶୀଘ୍ର ଫେରିବେ ବୋଲି ବୋଲି କୋଚ କହିଛନ୍ତି ।
ସେପଟେ ରୋହିତ କହିଛନ୍ତି କି, ସାମି ଶତପ୍ରତିଶତ ଫିଟ୍ ହେବାପରେ ଦଳରେ ସାମିଲ ହେବେ । ଏବେ ସେ ଆହତ କାରଣରୁ ୧୧ ମାସ ଧରି ଦଳରୁ ବାହାରେ ରହିଛନ୍ତି । ଶେଷଥର ଲାଗି ଦିନିକିଆ ବିଶ୍ବକପରେ ଖେଳିଥିଲେ ସାମି । ଆଉ ଏବେ ଆଣ୍ଠୁରେ ଆଘାତ କାରଣରୁ ଅସ୍ତ୍ରୋପଚାର ହୋଇଛି । ସେ ସମ୍ପୂର୍ଣ୍ଣ ଫିଟ୍ ନହୋଇଥିବାବେଳେ ନେଟରେ ପ୍ରାକ୍ଟିସ ଜାରି ରଖିଛନ୍ତି । ଭାରତୀୟ ଦଳ ଏବେ ଯେଭଳି ଖରାପ ପ୍ରଦର୍ଶନ କରୁଛି ଏବଂ ନ୍ୟୁଜିଲାଣ୍ଡଠାରୁ ହାରିଛି ଦଳରେ ସାମିଙ୍କୁ ସାମିଲ କରାଯାଉ ବୋଲି ଫ୍ୟାନ୍ସମାନେ ଦାବି କରିଛନ୍ତି ।