spot_img

Latest Posts

ସାବଧାନ ! ଅନ୍‌ଲାଇନ୍‌ ଗେମ୍‌ ଖେଳୁଛନ୍ତି କି ? ବ୍ୟାଙ୍କ ଆକାଉଣ୍ଟ ଲୁଟ୍ କରିବାକୁ ଚାହିଁବସିଛନ୍ତି ସାଇବର ଲୁଟେରା‌

ଲକ୍ଷ୍ନୌ: ମାତିଛନ୍ତି ସାଇବର ଲୁଟେରା । ଏବେ କେବଳ ଫେକ୍‌ ଆପ୍‌ ଜରିଆରେ ନୁହେଁ ବରଂ ଅନ୍‌ଲାଇନ୍‌ ଗେମ୍‌ ଜରିଆରେ ମଧ୍ୟ ହେଉଛି ଲୁଟ୍‌ । ଆଖି ପିଛୁଳାକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଅନଲାଇନ୍‌ ଗେମ୍‌ରେ ଡେୟାର୍‌ କମ୍ପ୍ଲିଟ୍‌ ପାଇଁ ଆସୁଛି ଚ୍ୟାଲେଞ୍ଜ । ଆଉ ଡେୟାର୍‌ କମ୍ପ୍ଲିଟ୍‌ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ସାଇବର ଏସ୍କପର୍ଟ । ଆଉ ନିମିଷେକେ ଟଙ୍କା ଗାୟବ । ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି  ଉତ୍ତରପ୍ରଦେଶରୁ ।

୨୦ ବର୍ଷୀୟ ଯୁବକ, ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଛି । ଏହି ଘଟଣାଟି ସେତେବେଳେ ଜଣାପଡ଼ିଲା, ଯେତେବେଳେ ଶିକ୍ଷକ ଜଣକ ବିଳାରିୟାଗଞ୍ଜ ପୋଲିସ ଷ୍ଟେସନରେ ଏନେଇ ଏତଲା ଦେଲେ । ଶିକ୍ଷକ ଜଣକ ହେଉଛନ୍ତି ହିରିବଂଶ ଲାଲ ଶ୍ରୀବାସ୍ତବ । ନିଜ ଏତଲାରେ ଶ୍ରୀବାସ୍ତବ ଦର୍ଶାଇଥିଲେ ଯେ, ତାଙ୍କ ଆକାଉଣ୍ଟରୁ ଏପ୍ରିଲ ୧୦ ଓ ମେ ୧୨ରେ ୧୦ ଲକ୍ଷ ଟଙ୍କା ଡେବିଟ୍‌ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହାପରେ ପୋଲିସ ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ସାହାଯ୍ୟରେ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କଲା । ସାଇବର ଏକ୍ସପର୍ଟମାନେ ଏନେଇ ଖୋଳତାଡ଼ ଆରମ୍ଭ କଲେ । ଏହି ଖୋଳତାଡ଼ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଯେଉଁ ଫୋନ୍‌ ସାହାଯ୍ୟରେ ଲୁଟ୍‌ କରାଯାଇଥିଲା ବା ବ୍ୟାଙ୍କ୍‌ ଆକାଉଣ୍ଟ ହ୍ୟାକ୍‌ କରାଯାଇଥିଲା, ସେହି ଫୋନ୍‌ଟି ଆଗ୍ରାର ଲୋହିଆ ନଗର ଅଞ୍ଚଳରେ ବ୍ୟବହାର ହେଉଛି । ଏହି ଫୋନ ସାଗର ସିଂହ ନାଁରେ ରହିଛି । ଏହାପରେ ଲୋକେସନ୍‌ ଟ୍ରାକ୍‌ କରି ସାଗରକୁ ଅଟକ ରଖିଥିଲା ପୋଲିସ ।

ପଚରାଉଚରା ପରେ ସାଗର ତାର ଦୋଷ ସ୍ୱୀକାର କରିଥିଲା । ଅନ୍ତର୍ଜାତୀୟ ଅନଲାଇନ୍‌ ଗେମ୍‌ ‘ଫାୟାର ପାୱାର’ ରେ ଦିଆଯାଇଥିବା ଏକ ଡେୟାରକୁ ପୁରା କରିବାକୁ ସେ ଏଭଳି କରିଥିଲା । ବହୁ କଷ୍ଟରେ ଏହି ଗେମ୍‌ ଖେଳିବାକୁ ପଡ଼େ । ଏହାସହ ଏହି ଗେମ୍‌ ଖେଳିଲେ ସୁନା, ହୀରା ଆଦି ପୁରସ୍କାର ସୂରୁପ ମିଳିଥାଏ । ଆଉ ସାଗର ଏଭଳି ପୁରାଷ୍କାର ପାଇଥିବା ନେଇ ମଧ୍ୟ ସ୍ୱୀକାର କରିଛି । ତେବେ ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଅନଲାଇନ୍‌ ଗେମିଂ ଗ୍ୟାଙ୍ଗ୍‌ ସାଗର ଭଳି ପିଲାଙ୍କୁ ଟାର୍ଗେଟ କରୁଛନ୍ତି । ସେମାନଙ୍କ ଇଚ୍ଛାକୁ ପରଖିବା ପରେ ସେମାନଙ୍କ ଦ୍ୱାରା ବିଭିନ୍ନ ଷ୍ଟେଜ୍‌ ମାଧ୍ୟମରେ ଲୁଟ୍‌ କରିବାକୁ ପ୍ରବର୍ତ୍ତାଉଛନ୍ତି ।

Latest Posts

Don't Miss