ରାଜ୍ୟପାଳଙ୍କ ନିକଟରେ ଦୟା ଆବେଦନ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ସବନମ୍‌ର ଆଉଥରେ ପ୍ରୟାସ

1 min read

ଲକ୍ଷ୍ଣୌ: ଜେଲରେ ଥାଇ ଜୀବନର ଶେଷ ସମୟର ଦିନ ଗଣୁଛି ଖୁନି ଝିଅ ଶବନମ୍‌  । ଶେଷଥର ପାଇଁ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟରେ କ୍ଷମା ଆବେଦନ କରିଛି  । ତା’ର ୧୨ ବର୍ଷର ପୁଅ ମଧ୍ୟ ମା’କୁ କ୍ଷମା କରିଦେବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛି  । ଜେଲରେ ଏବେ ଏକା ଏକା ରହୁଛି ଶବନମ୍‌  । ଯେକୌଣସି ମୁହୂର୍ତ୍ତରେ ଡେଥ ଓ୍ୱାରେଣ୍ଟ ଜାରି ହେବା ଭୟରେ ଦିନ କାଟୁଛି  । ସେପଟେ ମଥୁରା ଜେଲରେ ଫାଶୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ।

ସାତ ଖୁନ ପାଇଁ ଫାଶୀ ଖୁଣ୍ଟରେ ଝୁଲିବ ୨୦୦୮ ଉତ୍ତରପ୍ରଦେଶ ଗଣହତ୍ୟା ମାମଲାର ଦୋଷୀ ସବ୍‌ନମ୍‌  । ତା’ପୂର୍ବରୁ ଫାଶୀରୁ ବର୍ତ୍ତିବା ପାଇଁ ଛାଟିପିଟି ହେଉଛି । ପୂର୍ବରୁ ରାଷ୍ଟ୍ରପତି ଦୟା ଆବେଦନ ଖାରଜ କରିସାରିଥିବା ବେଳେ ଏବେ ଉତ୍ତରପ୍ରଦେଶର ରାଜ୍ୟପାଳ ଶେଷ ଭରସା  । ଯଦିଓ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ ସବ୍‌ନମ୍‌ର ଆବେଦନ ପୂର୍ବରୁ ଖାରଜ କରିସାରିଛନ୍ତି  । ଫାଶୀ ଦଣ୍ଡରୁ ଆଜୀବନ ଜେଲ ଦଣ୍ଡକୁ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଛି ସବନମ୍‌ । ରାଜ୍ୟପାଳଙ୍କ ମାଧ୍ୟମରେ ଦୟା ପ୍ରାର୍ଥନା ରାଷ୍ଟ୍ରପତିଙ୍କ ପାଖକୁ ମଧ୍ୟ ପଠାଯିବ  । ଏପଟେ ସବନମ୍‌ର ୧୨ ବର୍ଷ ପୁଅ ମଧ୍ୟ ମାଆକୁ କ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି  । ଏଥର ଯଦି ଆବେଦନ ଖାରଜ ହୋଇଯାଏ ସବନମ୍‌ ପାଖରେ ଆଉ କୌଣସି ରାସ୍ତା ରହିବନି ବୋଲି ରାମପୁର ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି  ।

ଫାଶୀ ଦଣ୍ଡାଦେଶ ପରେ ଜେଲ୍‌ରେ ଏବେ ଏକା ଏକା ରହୁଛି ସବନମ୍‌  । କାହାସହ ମିଳାମିଶା ମଧ୍ୟ କରୁନାହିଁ  । ଫାଶୀ ଦଣ୍ଡାଦେଶ ପରେ କେତେ ବେଳେ ବି ଡେଥ ଓ୍ୱାରେଣ୍ଟ ଜାରି ହୋଇପାରେ ବୋଲି ଆଶଙ୍କାରେ ରହିଛି । ପୂର୍ବରୁ ଜେଲରେ ଥିବା ମହିଳାଙ୍କୁ ସିଲେଇ ଶିଖାଇବା ସହ ପିଲାଙ୍କୁ ପାଠ ପଢାଉଥିଲା  । ଡେଥ ଓ୍ୱାରେଣ୍ଟ ଜାରି ହେଲେ ସବନମ୍‌ଙ୍କୁ ମଥୁରା ଜେଲ ପଠାଇଦିଆଯିବ  ।

ଏଥିସହିତ ପଢ଼ନ୍ତୁ: DRDO ଦ୍ୱାରା ବିକଶିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ସିଷ୍ଟମ ‘ହେଲିନା’ ଓ ‘ଧ୍ରୁବାସ୍ତ୍ର’ର ସଫଳ ପରୀକ୍ଷଣ

ନିଜ ପ୍ରେମିକ ସଲିମଙ୍କ ପ୍ରେମରେ ପାଗଳ ସବନମ ୨୦୦୮, ୧୪ ଏପ୍ରିଲରେ ନିଜ ପରିବାରର ବାପ ମା, ଭାଇ ଭଉଣୀଙ୍କ ସମେତ ୭ ଜଣଙ୍କୁ କୁରାଢିରେ ହାଣି ହତ୍ୟା କରିଥିଲା । ମୃତକଙ୍କ ମଧ୍ୟରେ ସବନମ୍‌ର ପୁତୁରା ମଧ୍ୟ ଥିଲା  । ତାକୁ ମଧ୍ୟ ଛାଡିନଥିଲା ରାକ୍ଷସୀ ସବନମ୍‌  । ଏହି ଘଟଣା ପୂରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା  । ସେହିଦନ ଠାରୁ ଗିରଫ ହୋଇ ଜେଲରେ ଦଣ୍ଡ ଭୋଗୁଛି ସବନମ  । ମାମଲାରେ କୋର୍ଟ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ମଥୁରା ଜେଲରେ ଫାଶୀ ଦେବା ପାଇଁ ପ୍ରସ୍ତୁତି ଚାଲିଛି  । ପ୍ରଥମ ଥର ପାଇଁ ଦେଶରେ ଜଣେ ମହିଳାଙ୍କୁ ଫାଶୀରେ ଝୁଲାଇବେ ବହୁ ଚର୍ଚ୍ଚିତ ପବନ ଜହ୍ଲାଦ  । ମଥୁରାରେ ମହିଳାଙ୍କୁ ଫାଶୀ ଦେବା ପାଇଁ ୧୫୦ ବର୍ଷ ପୂର୍ବେ ନିର୍ମିତ ଫାଶୀ ଘରକୁ ପୁନରୁଦ୍ଧାର କରାଯାଇଛି  ।

Leave a Reply