ଗେରୁଆ ମହନ୍ତଙ୍କ ବିବାଦୀୟ ବୟାନ ! ଯଦି ଏମିତି କରିବେ ତାହାଲେ ମୁସଲିମ ଝିଅ ଓ ବୋହୂଙ୍କୁ ଅପହରଣ କରି ଦୁଷ୍କର୍ମ କରିବି

1 min read

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୀତାପୁରରେ ହିନ୍ଦୁ ମହନ୍ତଙ୍କ ବିବାଦୀୟ ବୟାନ ପରେ ଚର୍ଚ୍ଚା ଜୋର ଧରିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଛି । ସେହି ଭିଡ଼ିଓଟିରେ ମହନ୍ତ ଜଣଙ୍କ ସର୍ବସମ୍ମୁଖରେ ମୁସଲମାନ ମହିଳାମାନଙ୍କୁ ଉଠାଇ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଛନ୍ତି । ଆଉ ଏହି ସମୟରେ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ମହନ୍ତଙ୍କୁ ଉତ୍ସାହିତ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ଖୈରାବାଦ ଠାରେ ଥିବା ଗୋଟିଏ ମସଜିଦ ଆଗରେ ମହନ୍ତ ଜଣଙ୍କ ଏପରି ଉତ୍ତଜେନା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଗେରୁଆ ପୋଷାକରେ ଥିବା ବ୍ୟକ୍ତି ଜଣଙ୍କ ଖୈରାବାଦ ସହରର ମହନ୍ତ ବୋଲି ଜଣାପଡ଼ିଛି। ସେ ଗୋଟିଏ ଜିପ୍‌ରେ ବସି ରାସ୍ତାରେ ଭିଡ଼ କରିଥିବା ତାଙ୍କ ସମର୍ଥକମାନଙ୍କୁ ସମ୍ବୋଧନ କରୁଛନ୍ତି। ପୋଲିସ୍‌ ପୋଷାକରେ କିଛି ଲୋକ ସେଠାରେ ଉପସ୍ଥିତ ଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି।

https://twitter.com/zoo_bear/status/1512036559960248323?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1512036559960248323%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Findia-news%2Fup-sitapur-video-of-mahants-speech-goes-viral-police-will-take-action-after-investigation-hindi-news-2869896

ମହନ୍ତ ଜଣଙ୍କ ମାଇକ୍ରୋଫୋନରେ ସାଂପ୍ରଦାୟିକ ଓ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି । ଆଉ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କରସେହି ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଲଗାଇଛଛନ୍ତି । ଭାଷଣ ବେଳେ ମହନ୍ତ ଜଣଙ୍କ ତାଙ୍କୁ ମାରିବା ପାଇଁ କୁଆଡ଼େ ସ୍ଥାନୀୟ ଅଞ୍ଚଳର ଲୋକ ଷଡ଼ଯନ୍ତ୍ର କରିଛନ୍ତି ଓ ଏଥିପାଇଁ ୨୮ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ ହୋଇଥିବା ଅଭିଯୋଗ କରିଛନ୍ତି ।

ଏହାପରେ ସେ କହିଛନ୍ତି ଯେ “ଏହି ଅଞ୍ଚଳରେ ଯଦି କୌଣସି ମୁସଲିମ ସଂପ୍ରଦାୟର ଲୋକ ଝିଅମାନଙ୍କୁ ହଇରାଣ କରିବ, ତା’ହେଲେ ମୁଁ ମୁସଲିମ ଝିଅ ଓ ବୋହୂମାନଙ୍କୁ ଅପହଣ କରିବି । ଏହାପରେ ସର୍ବସମ୍ମୁଖରେ ସେମାନଙ୍କୁ ଦୁଷ୍କର୍ମ କରିବି।” ସେ ଏପରି କଥା କହୁଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ତାଙ୍କୁ ଉତ୍ସାହିତ କରିଥିଲେ।

ତେବେ ଘଟଣା ପରେ, ସ୍ଥାନୀୟ ଲୋକଙ୍କ କହିବା କଥା ମହନ୍ତ ଜଣଙ୍କ ହେଉଛନ୍ତି ବଜରଙ୍ଗ ମୁନି। ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।