ଗୋଟିଏ ପରିବାରର ୪ ଜଣଙ୍କ ଆତ୍ମହତ୍ୟା

ଲକ୍ଷ୍ନୌ: ଗୋଟିଏ ପରିବାରର ଏକାସାଙ୍ଗେ ୪ ଜଣ କଲେ ଆତ୍ମହତ୍ୟା । କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଉତ୍ତରପ୍ରଦେଶର ବାରଣାସୀରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଖବର । ଆତ୍ମହତ୍ୟା କରିଥିବା ୪ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବାବେଳେ ଜଣେ ମହିଳା ରହିଛନ୍ତି । ସମସ୍ତେ ରଶି ଲଗାଇ ପ୍ରାଣ ହରାଇଛନ୍ତି । ତେବେ ସେମାନେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଠ ହୋଇନାହିଁ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଝୁଲନ୍ତା ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ବାରଣାସୀରେ ଆତ୍ମହତ୍ୟା କରିଥିବା ଏହି ପରିବାର ତେଲେଙ୍ଗାନାର ହେଉଛନ୍ତି ମୂଳ ବାସିନ୍ଦା । ଏଠାରେ ରହିଥିବାବେଳେ ଆଜି ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଏମାନଙ୍କ ଆତ୍ମହତ୍ୟା ପଛର କାରଣ କଣ ଖୋଜୁଛି ପୋଲିସ । ଏନେଇ ପଡ଼ୋଶୀଙ୍କ ପଚରା ଯାଇଥିଲେ ସୁଦ୍ଧା କେଔରସି ପ୍ରତିକ୍ରିୟା ମିଳିପାରିନାହିଁ ।