ବସଷ୍ଟପରେ ପୋଲିସ ବାବୁଙ୍କ ରୋମାନ୍ସ, ଭିଡିଓ ହେଲା ଭାଇରାଲ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଜଣେ ପୋଲିସ ବାବୁଙ୍କ ରୋମାନ୍ସ କରୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । ମଦ୍ୟପାନ କରି ଜଣେ ଯୁବତୀଙ୍କ ସହ ଅସଦାଚରଣ କରୁଥିବା ଦେଖାଯାଇଛି । ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଇନ୍ସପେକ୍ଟର ଏସ୍ପି ଅଫଇସ ଠାରୁ କିଛି ଦୂରରେ ଜଣେ ମହିଳାଙ୍କ ସହ ଅନୁପଯୁକ୍ତ ବ୍ୟବହାରା କରୁଥିବା ଦେଖାଯାଇଛି । ତାଙ୍କ ଟଷାନି ରାସ୍ତାରେ ପଡିଛି ଓ ସେ ମଦ୍ୟପାନ କରି ଆଇନ ଭଙ୍ଗ କରୁଛନ୍ତି । ଯେତେବେଳେ ଇନ୍ସପେକ୍ଟରଙ୍କୁ ପଚାରାଯାଇଥିଲା । ସେ କହିଥିଲେ, ବରେଲିର ବାସିନ୍ଦା ଓ ନକଲି ୟୁନିଫର୍ମ ପିନ୍ଧିଛନ୍ତି ।

ଏସ୍ପି ରାଜେଶ ଭାରତୀ କହିଛନ୍ତି, ଏହି ଭିଡିଓ ଆମ ନଜରକୁ ଆସିଛି । ଅଭିଯୁକ୍ତ ଏଏସଆଇ ପୋଲିସ ଲାଇନରେ ନିଜୁକ୍ତ ଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଥିଲେ । ଏସ୍ପି କାଶଗଞ୍ଜ ଅଙ୍କିତା ଶର୍ମା ଏହି ମାମଲାକୁ ଭମ୍ଭୀରତାର ସହ ନେଇଛନ୍ତି । ଅଭିଯୁକ୍ତଙ୍କୁ ନିଲମ୍ବିତ କରିବା ସହ ବିଚାର ବିଭାଗୀୟ ତଦନ୍ତ ଲାଗି ଆଦେଶ ଦେଇଛନ୍ତି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ପୋଲିସ ଛବିକୁ ଖରାପ କରୁଛି । ଏଠାରେ ପ୍ରଶ୍ନ ଉଠୁଛି ଯଦି ରକ୍ଷବ ଏପରି ନିୟମ ଭଙ୍ଗ କରନ୍ତି, ତେବେ ସାଧାରଣ ଲୋକଙ୍କୁ ନିୟମ ମାନିବାକୁ କିଏ ପ୍ରେରଣା ଦେବ ?