spot_img

Latest Posts

ଉତ୍ତରପ୍ରଦେଶରେ ଉଚ୍ଛେଦ ଅଭିଯାନକୁ ବିରୋଧ, ଗାୟିକାଙ୍କୁ ନୋଟିସ୍ ଜାରି

କାନପୁର: ଉତ୍ତରପ୍ରଦେଶରେ ଉଚ୍ଛେଦ ଅଭିଯାନକୁ ଭିନ୍ନ ଧରଣର ବିରୋଧ କରି ଆକ୍ରୋଶର ଶିକାର ହେଲେ ଗାୟିକା। ଲୋକପ୍ରିୟ ଭୋଜପୁରୀ ଗାୟିକା ନେହା ସିଂ ରାଠୋଡଙ୍କୁ ନୋଟିସ ଜାରି କରିଛି ପୋଲିସ। ୟୁପି କାନପୁରରେ ଉଚ୍ଛେଦ ଅଭିଯାନ ଜାରି ରହିଥିବାବେଳେ ସେହି ଘଟଣାରେ ଜଣେ ମା ଓ ତାଙ୍କ ଝିଅଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରି ଏକ ବ୍ୟଙ୍ଗଭରା ଗୀତ ବୋଲିଥିଲେ ଭୋଜପୁରୀ ଗାୟିକା ନେହା ସିଂ ରାଠୋଡ। କାନପୁରରେ ଉଚ୍ଛେଦ ବେଳେ ଘରେ ନିଆଁ ଲାଗିଯିବା କାରଣରୁ ୪୫ ବର୍ଷ ବୟସ୍କା ପ୍ରମୀଳା ଦୀକ୍ଷିତ ଓ ତାଙ୍କ କନ୍ୟା ୨୦ ବର୍ଷ ବୟସ୍କା କନ୍ୟା ନେହାଙ୍କ ମୃତ୍ୟୁ ଘଟିଥିଲା।

ଗାୟିକାଙ୍କୁ ପୋଲିସ ନୋଟିସ ଜାରି କରିଥିବାବେଳେ ଏହି ଗୀତ ଯୋଗୁ ସଂହତି ନଷ୍ଟ ହେଉଥିବା ସହ ଉତ୍ତେଜନା ସୃଷ୍ଟି କରୁଛି ବୋଲି ନୋଟିସରେ ଦର୍ଶାଯାଇଛି। ତିନି ଦିନ ମଧ୍ୟରେ ଏହାର ଉତ୍ତର ରଖିବା ଲାଗି ନେହାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଗାୟିକାଙ୍କ ବିରୋଧରେ ଜାରି ହୋଇଥିବା ନୋଟିସ ନେଇ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

Latest Posts

Don't Miss