spot_img

Latest Posts

ମହିଳା ଦିବସରେ ତାଜମହଲ ସମେତ ଏହିସବୁ ସ୍ଥାନକୁ ପ୍ରବେଶ ମାଗଣା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ନିର୍ଦ୍ଦେଶକ ସ୍ମାରକୀ ଡକ୍ଟର ନବରତ୍ନ ପାଠକ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ କହିଛନ୍ତି ଯେ ଆନ୍ତର୍ଜାତିକ ମହିଳା ଦିବସରେ ପୁରୁଷମାନଙ୍କୁ ମଧ୍ୟ ବିନା ଟିକେଟରେ ସ୍ମାରକୀ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଗତ ୨ ବର୍ଷରେ ଏହି ସୁବିଧା କେବଳ ମହିଳାମାନଙ୍କୁ ଦିଆଯାଇଥିଲା ।

ସମସ୍ତେ କରିପାରିବେ ନିଶୁଳ୍କ ପ୍ରବେଶ

ଭାରତର ପ୍ରତ୍ନତାତ୍ତ୍ୱିକ ଅନୁସାରେ ମାର୍ଚ୍ଚ ୪ ଏନେଇ ଏକ ନିର୍ଦ୍ଦେଶ ଦେଇଥିଲେ ଯେ ମହିଳା ଦିବରସରେ ନିଶୁଳ୍କରେ ମହିଳାମାନେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀକୁ ପ୍ରବେଶ କରିପାରିବେ । ପରେ ସୋମବାର ଦିନ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ନିଶୁଳ୍କରେ ପ୍ରବେଶ  କରିପାରିବେ ।

ଉର୍ସ ଅବସରରେ ମାଗଣା ପ୍ରବେଶ ମଧ୍ୟ ଉପଲବ୍ଧ ଥିଲା

ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଆଗ୍ରା ସର୍କଲ ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ରାଜକୁମାର ପଟେଲ କହିଛନ୍ତି ଯେ ମଙ୍ଗଳବାର ଦିନ ମହିଳା ଦିବସ ଅବସରରେ ପର୍ଯ୍ୟଟକମାନଙ୍କୁ ସମସ୍ତ ସ୍ମାରକୀରେ ମାଗଣା ପ୍ରବେଶ ଅନୁମତି ଦିଆଯିବ । ସେହିପରି ଶାହ ଜାହାନଙ୍କ ଉର୍ସର ସପ୍ତାହରେ ମଧ୍ୟ ପର୍ଯ୍ୟଟକମାନଙ୍କୁ ମାଗଣା ପ୍ରବେଶ ପ୍ରଦାନ କରାଯାଇଥିଲା।

Latest Posts

Don't Miss