spot_img

Latest Posts

ମା’କୁ ଗୁଳି ମାରିଲେ, ୩ ଛୁଆଙ୍କୁ ଛାତରୁ ଫୋପାଡି ନିଜେ ଆତ୍ମହତ୍ୟା କଲା ଯୁବକ

ସୀତାପୁର: ଉତ୍ତରପ୍ରଦେଶ ସୀତାପୁରରେ ଗୋଟିଏ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ମା, ପତ୍ନୀ ଏବଂ ପିଲାମାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ମା’ଙ୍କୁ ଗୁଳି କରି ହତ୍ୟା କରିବା ପରେ ପତ୍ନୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏହି ଘଟଣା ମଥୁରା ଥାନା ସ୍ଥିତ ପଲହପୁର ଗ୍ରାମରେ ଘଟିଛି।

ଖାଲି ଏତିକି ନୁହେଁ ପରେ ପରେ ଅଭିଯୁକ୍ତ ଜଣକ ନିଜର ତିନି ପିଲାଙ୍କୁ ଛାତରୁ ଫିଙ୍ଗି ଦେଇଥିଲା, ଫଳରେ ଛୁଆଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ସମ୍ପୃକ୍ତି ଯୁବକ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଜଣକ ନିଶାରେ ବୁଡି ରହୁଥିବା ବେଳେ ତା’ର ମାନସିକ ସ୍ଥିତି ମଧ୍ୟ ଠିକ୍ ରହୁନଥିଲା।

ଏହି ଘଟଣା ସମ୍ପର୍କରେ ସୀତାପୁର ଏସଏସପି ଚକ୍ରେଶ ମିଶ୍ର କହିଛନ୍ତି, ଆଜି ମଥୁରାର ରାମପୁର ଥାନାକୁ ଘଟଣା ସମ୍ପର୍କରେ ଖବର ଆସିଥିଲା । ତଦନୁଯାୟୀ, ୪୫ ବର୍ଷୀୟ ଅନୁରାଗ ସିଂ ନାମକ ଜଣେ ମାନସିକ ରୋଗରେ ପିଡିତ ବ୍ୟକ୍ତି ନିଜକୁ ଗୁଳି କରି ମାରିବା ପୂର୍ବରୁ ପରିବାରର ୫ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏବଂ ଏଫଏସଏଲ ଟିମ୍ ତଦନ୍ତ କରୁଛି।

Latest Posts

Don't Miss