ବିବାହ ପାଇଁ କହିଲେ ବୋଲି ଯୁବତୀଙ୍କ ଉପରେ ଟ୍ରାକ୍ଟର ଚଢାଇଦେଲା ପ୍ରେମିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଜିଲ୍ଲା ଗାଜିପୁର ଥାନା ଅଧିନରେ ଥିବା ବଲୀପୁର ଗାଁର ଜଣେ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି । ଶବକୁ ଦେଖି ଲାଗୁଥିଲା ଯେମିତି ଯୁବତୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କିନ୍ତୁ ପୋଲିସକୁ ମିଳିଥିବା ପ୍ରମାଣ ଅନୁସାରେ ଯୁବିତୀଙ୍କୁ ହତ୍ୟା କରାଯାଇଥିଲା । ତେବେ ଘଟଣାର ୨୦ଦିନ ପରେ ହତ୍ୟା ଉପରୁ ପରଦା ଉଠିଛି । ପ୍ରମାଣକୁ ଭିତ୍ତି କରି ମୃତ ଯୁବତୀଙ୍କ ପ୍ରେମିକ ଓ ତାଙ୍କ ଭାଇକୁ ପୋଲିସ ଗିରଫ କରିଛି ।

ପୋଲିସ ଅନୁସାରେ, ପ୍ରଥମେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିବା ପରେ ଯୁବତୀଙ୍କ ପରିବାର ଲୋକଙ୍କୁ ସୂଚନା  ଦିଆଯାଇଥିଲା । ଏହାସହ ହତ୍ୟାକାରୀଙ୍କ ବିଷୟରେ କୁହାଯାଇଥିଲା । ପ୍ରମାଣ ଆଧାରରେ ଅଭିଯୁକ୍ତ ସହ ତାଙ୍କ ଭାଇକୁ ଗିରଫ କରାଯାଇଥିଲା । ପରେ ହତ୍ୟାକାରୀ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ପୋଲିସ ସାମ୍ନାରେ କହିଥିଲା ।

କଣ କହିଥିଲା ହତ୍ୟାକାରୀ ?

ଅଭିଯୁକ୍ତ ଅଭିମନ୍ୟୁ ଓରଫ ଅଜିତ୍ କହିଥିଲା ଯେ, ୫ବର୍ଷ ପୂର୍ବରୁ ଆମ ଦୁଇଜଣଙ୍କ ଭେଟ ଫେସବୁକ୍ ଜରିଆରେ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମୃତକ ଯୁବତୀ ଅନିତା ଅଜିତଙ୍କ ଉପରେ ବିବାହ ପାଇଁ ବାରମ୍ବାର ଚାପ ପକାଇ ଆସୁଥିଲେ । ବିବାହ କଥାକୁ ନେଇ ରାଗି ଯାଇଥିଲା ଅଜିତ୍ ଆଉ ପ୍ରେମିକାକୁ ହତ୍ୟା କରିବାକୁ କରିଥିଲା ଷଡ଼ଯନ୍ତ୍ର । ଯୁବତୀଙ୍କୁ ବିବାହ ବାହାନାରେ ଯୁବତୀଙ୍କୁ ନେଇ ଫତହେପୁର ନେଇଯାଇଥିଲା ଅଜିତ୍ । ଏହାପରେ ଟ୍ରାକ୍ଟର ରଖି ଯୁବତୀଙ୍କ ଉପରେ ଟ୍ରାକ୍ଟର ଚଢାଇଥିଲା । ଆଉ ଏହାକୁ ଦୁର୍ଘଟଣାର ରୂପ ଦେଇ ସେଠାରୁ ପାଳାଇଥିଲା ।