ଜୁନିଅର ଇଞ୍ଜିନିୟରଙ୍କର ପର୍ଣ୍ଣ ସାଇଡ ଲଭ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ପର୍ଣ୍ଣ ସାଇଡରେ କରୁଥିଲେ ଭିଡିଓ ଅପଲୋଡ

ନୂଆଦିଲ୍ଲୀ: ଜୁନିଅର ଇଞ୍ଜିନିୟରଙ୍କର ପର୍ଣ୍ଣ ସାଇଡରୁ ଟଙ୍କା ଇନକମର ନିଶା । ପର୍ଣ୍ଣ ସାଇଡରେ ଭିଡିଓ ଏବଂ ଫଟୋ ଅପଲୋଡ କରି କରୁଥିଲେ ପୁଳା ପୁଳା ଟଙ୍କା ଇନକମ୍‌ । ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିଲେ ପରେ ଭିଡିଓ ଏବଂ ଫଟୋ ଉଠାଇ କରୁଥିଲେ ଅପଲୋଡ । ଜଣେ ନୁହେଁ କି ଦୁଇଜଣ ନୁହେଁ  । ୫୦ରୁ ଅଧିକ ନାବାଳିକାଙ୍କ ସାଙ୍ଗରେ କରିଥିଲେ ଏମିତିକା ଘୃଣ୍ୟ କାମ । ୧୦ ବର୍ଷ ଧରି ଚଳାଇଲେ କଳଙ୍କିତ ସାମ୍ରାଜ୍ୟକୁ । ଘଟଣାଟି ପଦାକୁ ଆସିବା ପରେ ଜଣା ପଡ଼ିଥିଲା ଇଞ୍ଜିନିୟର ବାବୁଙ୍କର ପର୍ଣ୍ଣ ସାଇଡର ଉଛୁଳା ପ୍ରେମ ବିଷୟରେ । ଏମିତି ଏକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶର ଜଳସେଚନ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଜୁନିୟର ଇଞ୍ଜିନିୟରଙ୍କୁ ସିବିଆଇ ଗିରଫ କରିଛି । ମଙ୍ଗଳବାର ଅଧିକାରୀମାନେ ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ଜେ ୧୦ ବର୍ଷ ଧରି ପିଲାମାନଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ, ଅଭିଯୁକ୍ତ ଏହି ଘୃଣ୍ୟ କାର୍ଯ୍ୟର ଭିଡିଓ କରି ଭିଡିଓ ଗୁଡ଼ିକୁ ଦୁନିଆରେ ଚାଲୁଥିବା ପର୍ଣ୍ଣ ସାଇଟରେ ବିକ୍ରି କରିଥିଲେ ।

ଅଧିକାରୀ କହିଛନ୍ତି ଯେ ଏହି ଘୃଣ୍ୟ କାର୍ଯ୍ୟର ଅଭିଯୁକ୍ତ ଇଞ୍ଜିନିୟର ପ୍ରାୟ ୫୦ ପିଲାଙ୍କୁ ଶୋଷଣ କରିଥିଲେ । ଏହି ପିଲାମାନଙ୍କର ବୟସ ୫ ରୁ ୧୬ ବର୍ଷ ମଧ୍ୟରେ ହେବ । ପୀଡ଼ିତ ନାବାଳିକା ମାନେ ହେଉଛନ୍ତି ବାନ୍ଦା, ଚିତ୍ରକୁଟ ଏବଂ ହମିରପୁରର । ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ପଚରାଉଚରା କରୁଛି ପୋଲିସ ।

ସେପଟେ ସିବିଆଇ ସର୍ଚ୍ଚ ଅପରେସନ୍ ସମୟରେ ଆଠଟି ମୋବାଇଲ୍ ଫୋନ୍, ଆଠ ଲକ୍ଷ ନଗଦ ଟଙ୍କା , ସେକ୍ସ ଟଏ, ଲାପଟପ୍ ତଥା ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ମିଳିଛି ।

 

Leave a Reply