spot_img

Latest Posts

ଇଚ୍ଛା ମୃତ୍ୟୁ ପାଇଁ କାହିଁକି ଅନୁମତି ମାଗିଲେ ମହିଳା ବିଚାରପତି? କ’ଣ ରହିଛି ଘଟଣା…

ଲକ୍ଷ୍ନୗେ: ଯୌନ ନିର୍ଯାତନା କାରଣରୁ ଆତ୍ମହତ୍ୟା କରିବା ଲାଗି ଅନୁମତି ମାଗିଲେ ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତି। ଅନୁମତି ସଂକ୍ରାନ୍ତ ଆବେଦନ ପାଇବା ପରେ ଏକ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼। ଉତ୍ତରପ୍ରଦେଶର ବନ୍ଦାରେ କାର୍ଯ୍ୟରତ ମହିଳା ବିଚାରପତି ସିଜେଆଇଙ୍କୁ ଏକ ପତ୍ର ଲେଖି କହିଛନ୍ତି- ସମ୍ମାନଜନକ ଭାବେ ଜୀବନ ହାରିବା ଲାଗି ତାଙ୍କୁ ଅନୁମତି ଦିଆଯାଉ।

ଜଣେ ଜିଲ୍ଲାଜଜଙ୍କ ଦ୍ବାରା ତାଙ୍କୁ ଯୌନ ନିର୍ଯାତନାର ଶିକାର ହେବାକୁ ପଡୁଥିବାରୁ ସେ ଏହି ପଦକ୍ଷେପ ନେବାକୁ ଚାହୁଁଛନ୍ତି। ତାଙ୍କ ପ୍ରତି କଦର୍ଯ୍ୟ ବ୍ୟବହାର କରାଯାଉଛି। ତାଙ୍କ ଜୀବନ ନିରର୍ଥକ ବୋଲି ସେ ବିଚାର କରୁଛନ୍ତି। ମହିଳା ଜଜଙ୍କ ଏହି ଅନୁରୋଧ ପତ୍ର ପାଇବା ପରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନିର୍ଦ୍ଦେଶ କ୍ରମେ ଆହ୍ଲାବାଦ ହାଇକୋର୍ଟଙ୍କ ରେଜିଷ୍ଟାର ଜେନେରାଲଙ୍କ ନିକଟକୁ ପତ୍ର ପଠାଇଛନ୍ତି ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ଅତୁଲ ଏମ. କୁରେକାର।

ମହିଳା ଜଜ କହିଛନ୍ତି, ଗତ ଜୁଲାଇରେ ସେ ହାଇକୋର୍ଟଙ୍କ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ଅଭିଯୋଗ ଦାଖଲ କରିଥିଲେ। ମାତ୍ର ତାହା ଏକ ଫାର୍ସ ଥିଲା। ଯେଉଁ ସାକ୍ଷୀମାନଙ୍କୁ ନିଆଯାଇଥିଲା ସେମାନେ ଜିଲ୍ଲା ଜଜଙ୍କ ତଳିଆ କର୍ମଚାରୀ ଥିଲେ। ଫଳରେ ତଦନ୍ତ ଆଗେଇଲା ନାହିଁ। ଏହି ହତାଶବୋଧ କାରଣରୁ ତାଙ୍କର ବଞ୍ଚିବାର ଆଉ ଇଚ୍ଛା ନାହିଁ ବୋଲି ସେ କହିଛନ୍ତି।

Latest Posts

Don't Miss