spot_img

Latest Posts

ୟୁପିରେ ପୁଣି ବିଗିଡିଲା ଆଇନଶୃଙ୍ଖଳା : ସାମ୍ବାଦିକ ଦିଲୀପ ସାଇନିଙ୍କୁ ଛୁରୀ ଭୁସି ହତ୍ଯା

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ପୁଣି ବିଗିଡିଲା ଆଇନଶୃଙ୍ଖଳା। ଫତେପୁର ଜିଲ୍ଲା କୋତୱାଲିରେ ଜଣେ ସାମ୍ବାଦିକଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣରେ ତାଙ୍କର ଜଣେ ସହଯୋଗୀ ଆହତ ହୋଇଛନ୍ତି। ଆକ୍ରମଣରେ ପ୍ରାଣ ହରାଇଥିବା ସାମ୍ବାଦିକ ହେଉଛନ୍ତି ୩୮ ବର୍ଷ ବୟସ୍କ ଦିଲୀପ ସାଇନି। ଦିଲୀପଙ୍କୁ ବଞ୍ଚାଇବା ଲାଗି ଉଦ୍ଯମ କରିଥିବା ସହଯୋଗୀ ତଥା ବିଜେପି ସଂଖ୍ଯାଲଘୁ ଶାଖାର ନେତା ସାହିଦ ଖାଁ ଗୁରୁତର ଆହତ ହୋଇଛନ୍ତି। ଦୁର୍ବୃତ୍ତମାନେ ଦିଲୀପଙ୍କୁ ଛୁରୀ ଭୁସି ହତ୍ଯା କରିଥିବା କହିଛନ୍ତି ସାହିଦ। ଦୁଇ ଜଣଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ଓ ପରେ କାନପୁରର ଲାଲା ଲାଜପତ ରାୟ ହସ୍ପିଟାଲକୁ ପଠାଯାଇଥିଲା। ମାତ୍ର ସେଠାରେ ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଫତେପୁର ପୋଲିସ ମୁଖ୍ଯ ଧୱାଲ ଜୈସୱାଲ କହିଛନ୍ତି, ବିବାଦ କାରଣରୁ ସାମ୍ବାଦିକଙ୍କୁ ହତ୍ଯା କରାଯାଇଛି। ସମସ୍ତ ଦିଗକୁ ଆଧାର କରି ତଦନ୍ତ ଜାରି ରହିଛି।

Latest Posts

Don't Miss