ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି

1 min read

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଷୀ ହତ୍ୟା ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅନୁମତି ମିଳିଲା ନାହିଁ । ସେ ଆଜି ଲକ୍ଷ୍ମୌକୁ ଏକ ଗସ୍ତରେ ଯିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ୟୁପି ସରକାର ତାଙ୍କୁ ଚାଷୀଙ୍କ ପରିବାରକୁ ଭେଟିବାକୁ ଅନୁମତି ଦେଇନାହାଁନ୍ତି । ଅନ୍ୟପଟେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ସୀତାପୁରରେ ଇଣ୍ଟରନେଟ ସେବା ବାତିଲ ହୋଇଛି ।

ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରି ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା ।

ତେବେ ବର୍ତ୍ତମାନ କୌଣସି ନେତାଙ୍କୁ ଲଖିମପୁର ଆସିବା ପାଇଁ ସୁଯୋଗ ଦିଆଯାଉନି । ଯାହାକୁ ନେଇ ବିରୋଧୀମାନେ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଲାଠିମାଡ଼, ବ୍ରେନ୍ ହାମରେଜ ଓ ଘୋଷାଡି ହୋଇଯିବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏପଟେ ଘଟଣାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।

ସେପଟେ ଉତ୍ତର ପ୍ରଦେଶ ଲଖିମପୁରରେ ଚାଷୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ। ଏ ନେଇ ଏକ ୬ ଜଣିଆ ଟିମ୍ ଗଠନ ହୋଇଛି । ଘଟଣା ଦିନ ପ୍ରକୃତରେ କଣ ଘଟିଥିଲା? କିଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଗାଡି ଚଢ଼ିଗଲା ? ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଛାନବିନ କରିବ ଏସଆଟି। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇଜି ଲକ୍ଷ୍ମୀ ସିଂହ । ସେପଟେ ଏ ତମାମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

Leave a Reply