ଉତ୍ତର ପ୍ରଦେଶରେ ବାହୁବଳିମାନଙ୍କର କଣ ରହିଛି ସ୍ଥିତି ?

1 min read

ଲକ୍ଷ୍ନୋ: ୟୁପିରେ ଚାଲିଛି ଭୋଟ୍ ଗଣତି । ନିର୍ବାଚନ ପୂର୍ବରୁ ବାହୁବଳିମାନଙ୍କୁ ଦଳରେ ସାମିଲ କରିବା ଏବଂ ସେମାନଙ୍କୁ ଟିକେଟ୍ ଦେବା ନେଇ ପ୍ରତ୍ୟେକ ଦଳ ମଧ୍ୟରେ ଟଣା ଓଟରା ଜାରିଥିଲା ।  କିନ୍ତୁ ନିର୍ବାଚନ ଠିକ୍ ପୂର୍ବରୁ ପରିସ୍ଥିତି ବଦଳି ଯାଇଥିଲା। ସପା-ବସପା-ଭାଜପା ଏବଂ କଂଗ୍ରେସ ସମୁଦାୟ ୧୪ ବାହୁବଳି କିମ୍ବା ସେମାନଙ୍କ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛନ୍ତି । ଏହି ସମୟରେ ସେମାନଙ୍କର ସ୍ଥିତି କ’ଣ ରହିଥି, ଆସନ୍ତୁ ଜାଣିବା…

କୁଣ୍ଡା ଆସନରେ ବହୁବଳି ରାଜା ଭାଇଙ୍କ ସ୍ଥିତି

କୁଣ୍ଡାର ପ୍ରାରମ୍ଭିକ ଗଣନାରେ ସପାର ଗୁଲଶାନ ଯାଦବ ଆଗରେ ଥିବା ବେଳେ ବାହୁବଳି ରାଜା ଭାଇ ପଛରେ ଅଛନ୍ତି । ପ୍ରତାପଗଡର କୁଣ୍ଡା ଆସନରୁ ଲଗାତାର ୬ଥରର ବିଧାୟକ ବାହୁବଳି ରଘୁରାଜ ପ୍ରତାପ ସିଂ ଅର୍ଥାତ୍ ରାଜା ଭଇ । ତାଙ୍କ ବିପକ୍ଷରେ ସପା ଗୁଲଶାନ ଯାଦବଙ୍କୁ ପ୍ରାର୍ଥୀ କରିଥିଲେ।

ମାଲହାନି ଆସନରେ ବହୁବଳି ଧନଞ୍ଜୟ ସିଂଙ୍କ ସ୍ଥିତି

ଏଠାରେ ସପାର ଲକି ଜାଦବ ଆଗରେ ଥିବା ବେଳେ ଧନଞ୍ଜୟ ସିଂ ପଛରେ ଅଛନ୍ତି । ମଲହନି ସିଟରୁ ବାହୁବଲୀ ଧନଞ୍ଜୟ ସିଂ ଜନତା ଦଳ ୟୁନାଇଟେଡର ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ସପାର ଲକି ଜାଦବ ।

ଜ୍ଞାନପୁର ଆସନରେ ବହୁବଳି ବିଜୟ ମିଶ୍ରଙ୍କ ସ୍ଥିତି

ପ୍ରାରମ୍ଭିକ ଗଣନାରେ ଜ୍ଞାନପୁର ଆସନରେ ପ୍ରଗତିଶିଳ ମନବ ସମାଜ ପାର୍ଟିର ବିଜୟ ମିଶ୍ର ଆଗରେ ଅଛନ୍ତି ।

ଫୁଲପୁର ପବଇ ଆସନରେ ବହୁବଳି ରାମକାନ୍ତ ଯାଦବଙ୍କ ସ୍ଥିତି

ପ୍ରରମ୍ଭିକ ଗଣନାରେ ଫୁଲପୁର ପବଇ ଆସନରେ ସପାର ବାହୁବଳି ରାମକାନ୍ତ ଯାଦବ ଆଗୁଆ ଅଛନ୍ତି।

ସୟେଦରାଜା ଆସନରେ ବହୁବଳି ସୁଶୀଲ ସିଂଙ୍କ ସ୍ଥିତି

ସୟେଦରାଜା ଆସନରେ ସୁନୀଲ ସିଂ ପଛରେ ଅଛନ୍ତି । ତାଙ୍କ ବିପକ୍ଷରେ ଥିବା ସପାର ମନୋଜ ସିଂ ଆଗରେ ଅଛନ୍ତି ।

ଗୋସାଇଗଞ୍ଜ ଆସନରେ ବହୁବଳି ଅଭୟ ସିଂଙ୍କ ସ୍ଥିତି

ଗୋସାଇଗଞ୍ଜ ଆସନରେ ପ୍ରରମ୍ଭିକ ଗଣନାରେ ସପାର ଅଭୟ ସିଂ ଆଗରେ ଅଛନ୍ତି ।

ଲୋନି ଆସନରେ ବହୁବଳି ମଦନ ଭାଇଙ୍କ ସ୍ଥିତି

ଲୋନି ଆସନରେ ପ୍ରରମ୍ଭିକ ଗଣନାରେ ମଦନ ଭାଇ ପଛରେ ଅଛନ୍ତି । ଏଠାରେ ବିଜୋପି ନନ୍ଦ କିଶୋର ଗିର୍ଜରକୁ ପ୍ରାର୍ଥୀ କରିଥିଲା ।

ବାହୁବଳିମାନଙ୍କ ପୁଅମାନଙ୍କର କଣ ରହିଛି ସ୍ଥିତି

ନାଟାନୱା ଆସନରେ ଅମାନମଣିଙ୍କ ସ୍ଥିତି କ’ଣ?

ପ୍ରରମ୍ଭିକ ଗଣନାରେ ଅମାନମଣି ଆଗୁଆ ରହିଛନ୍ତି ।  ବାହୁବଲୀ ଅମରମଣିଙ୍କ ପୁଅ ଅମନମାଣି ବର୍ତ୍ତମାନ ଆଗରେ ଅଛନ୍ତି ।

ମାଉ ସଦର ଆସନରେ ଅବ୍ବାସ ଅଂସାରୀଙ୍କ ସ୍ଥିତି

ପ୍ରରମ୍ଭିକ ଗଣନାରେ ଅବ୍ବାସ ଅଂସାରୀ ଆଗରେ ଅଛନ୍ତି । ବାହୁବଳୀ ମୁଖତାର ଆଂସାରୀଙ୍କ ପୁଅ ଅବ୍ବାସ ଅଂସାରୀ ଆଗରେ ଅଛନ୍ତି  । ଏହି ଆସନରୁ ବାପା କେବେ ହାରି ନଥିବା ବେଳେ ଏଥର କଣ ରହିବ ପୁଅର ଅବସ୍ଥା । ତାଙ୍କ ବିପକ୍ଷରେ ବସପା ଭୀମ ରାଜଭାରଙ୍କୁ ଟିକେଟ ଦେଇଛି ।

ଚିଲୁପାର ଆସନରେ ବିନୟ ତିୱାରୀଙ୍କ ସ୍ଥିତି

ଚିଲୁପାଲ ସିଟରେ ବିନୟ ତିୱାରୀ ଆଗୁଆ ଅଛନ୍ତି। ଗୋରଖପୁରର ବାହୁବଳି ନେତା ହରିଶଙ୍କର ତିୱାରୀଙ୍କ ପୁଅ ବିନୟ ତିୱାରୀ ସପା ଟିକେଟରେ ଲଢୁଛନ୍ତି । ଏଠାରେରେ ସେ ବିଏସପି ଟିକେଟରେ ନିର୍ବାଚନରେ ​​ଜିତିଥିଲେ। ତାଙ୍କ ବିପକ୍ଷରେ ବିଜେପିରୁ ରାଜେଶ ତ୍ରିପାଠୀ ଅଛନ୍ତି।

ସାହସହବାନ ଆସନରେ କୁନାଲ ଯାଦବଙ୍କ ସ୍ଥିତି କ’ଣ?

ସାହସୱାନ ସିଟରେ କୁନାଲ ଯାଦବ ପଠରେ ଅଛନ୍ତି । ବାହୁବଳି ଡି.ପି ଯାଦବ ତାଙ୍କ ପୁଅ କୁନାଲ ଯାଦବଙ୍କୁ ତାଙ୍କ ଦଳ ରାଷ୍ଟ୍ରିୟ ପାରିବାର୍ତନ ଦଳରୁ ପ୍ରାର୍ଥୀ କରିଛନ୍ତି । ସପା ବ୍ରିଜେଶ ଯାଦବ ଏବଂ ବିଜେପି ଡି.କେ ଭରଦ୍ୱାଜ ପ୍ରାର୍ଥୀ କରିଥିଲେ ।

ବାହୁବଳି ଏବଂ ସେମାନଙ୍କ ପୁଅମାନଙ୍କ ପରେ, ଏବେ ବାହୁବଳିଙ୍କ ପତ୍ନୀଙ୍କ ଫଳାଫଳକୁ ଦେଖିବା ।

ହମିରପୁର ସଦର ଆସନରେ ରାଜକୁମାରୀ ଚାନ୍ଦେଲଙ୍କ ସ୍ଥିତି

ହମିରପୁର ସିଟରେ ରାଜକୁମାରୀ ଚାନ୍ଦେଲ ତିନି ନମ୍ବର ସ୍ଥାନରେ ଅଛନ୍ତି । ୫ ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଅଶୋକ ସିଂ ଚାନ୍ଦେଲଙ୍କ ପତ୍ନୀ ଆରତୀ ଚାନ୍ଦେଲଙ୍କୁ କଂଗ୍ରେସ ହାମିରପୁର ଜିଲ୍ଲାର ସଦର ଆସନ ପାଇଁ ପ୍ରାଥ୍ରୀ କରିଛି। ୨୦୧୭ ରେ, କେବଳ ଅଶୋକ ସିଂ ଏଠାରେ ଜିତିଥିଲେ କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ପରେ ଦଳ ତାଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇନଥିଲା ।  ବିଜେପି ମନୋଜ ପ୍ରଜାପତିଙ୍କୁ ତାର ପ୍ରାର୍ଥୀ କରିଛି ।

ମେଜା ଆସନରେ ନୀଲମ କାରବରିୟାଙ୍କ ସ୍ଥିତି

ମେଜାରେ ପ୍ରାରମ୍ଭିକ  ଗଣନାରେ ନୀଲମ କାରବରିୟା ଆଗରେ ଅଛନ୍ତି । ପ୍ରୟାଗରାଜ ଜିଲ୍ଲାର ମେଜା ଆସନରେ ବିଧାୟକ ଜବାହର ଯାଦବ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଉଦୟଭାନ କାରବରିୟାଙ୍କ ପତ୍ନୀ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ୨୦୧୭ ରେ ମଧ୍ୟ ନୀଲମ୍ ଏଠାରୁ ଜିତିଥିଲେ । ସପା ସନ୍ଦୀପ ପଟେଲଙ୍କୁ ତାର ପ୍ରାର୍ଥୀ କରିଥିଲା ।

ଗୋସାଇଗଞ୍ଜ ଆସନରେ ଆରତୀ ତିୱାରୀଙ୍କ ସ୍ଥିତି

ଆରତୀ ତିୱାରୀ ପଛରେ ଅଛନ୍ତି । ଅଯୋଧ୍ୟାର ଗୋସାଇଗଞ୍ଜ ଆସନରେ ବିଜେପି ବାହୁବଳି ଖାବୁ ତିୱାରୀଙ୍କ ପତ୍ନୀ ଆରତୀ ତିୱାରୀଙ୍କୁ ପ୍ରାର୍ଥୀ କରିଛି। ବିପକ୍ଷରେ ସପାରୁ ବାହୁବଳି ଅଭୟ ସିଂ ଲଢୁଛନ୍ତି ।