କଟକ ମହାନଦୀ ପାଳଟିଛି ଡିଜାଷ୍ଟର ରେସକ୍ୟୁ ଅପରେସନର ଟ୍ରେନିଂ ସେଣ୍ଟର

କଟକ: କଟକ ମହାନଦୀ ଏବେ ପାଳଟିଛି ଡିଜାଷ୍ଟର ରେସକ୍ୟୁ ଅପରେସନର ଟ୍ରେନିଂ ସେଣ୍ଟର । ଏହାର ଗଭୀର ଜଳରାଶି ପ୍ରଶିକ୍ଷଣ ପାଇଁ ପାଲଟିଛି ଉପଯୁକ୍ତ ସ୍ଥାନ । ଫଳରେ ଏଠାରା ଶିକ୍ଷା ଗ୍ରହଣ ପାଇଁ ଟାଣି ହୋଇ ଆସନ୍ତି ରାଜ୍ୟ ବାହାରର ଅନେକ ପୋଲିସ ଓ ଫାୟାରା ବ୍ରିଗେଡ, ଡିଜାଷ୍ଟର ରେସପନସ ଫୋର୍ସ । ଏବେ ପୁଣି ଥରେ ଉତ୍ତରପ୍ରଦେଶ ପୋଲିସର ତୃତୀୟ ଡିଜାଷ୍ଟର ରେସ୍ପନ୍ସ ଫୋର୍ସର ଅନେକ ଯବାନ ଟ୍ରେନିଂ ପାଇଁ ଆସିଛନ୍ତି । ଆଉ ଏମାନଙ୍କ ଟ୍ରେନର ସାଜିଛନ୍ତି ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ଟିମ୍ ।
ପୂର୍ବରୁ ୟୁପିର ଦୁଇଟି ଟିମ୍ ସନ୍ତରଣ ଓ ଡାଇଭିଂ ଟ୍ରେନିଂ ନେଇ ଫେରିଛନ୍ତି । ଏବେ ନୂଆ ବର୍ଷରେ ତୃତୀୟ ଟିମ୍ର ପ୍ରଶିକ୍ଷଣ ଜୋରସୋରରେ ଚାଲିଛି । ପ୍ରଶିକ୍ଷଣ ନେଉଥିବା ଯବାନ ମାନେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
ଉତ୍ତର ପ୍ରଦେଶ ପୋଲିସ ଟିମ୍ର ପ୍ରତିଟି ବ୍ୟାଚ୍ର ପ୍ରଶିକ୍ଷଣରେ ଓଡିଶା ସରକାରଙ୍କ ବିଶେଷ ସହଯୋଗ ମିଳୁଥିବାରୁ ଟ୍ରେନର ଖୁସି ପ୍ରକଟ କରିଛନ୍ତି ।