ନ୍ୟାୟିକ ତଦନ୍ତ ପାଇଁ ଦାବି ହୋଇଥିଲା, ସିବିଆଇ ତଦନ୍ତ ପାଇଁ କଲେ ସୁପାରିସ୍

ଲକ୍ଷ୍ମୌ: ହାଥରସ୍ ମାମଲାର ସିବିଆଇ ତଦନ୍ତ ନେଇ ଯୋଗୀ ସରକାରଙ୍କ ସୁପାରିସ୍  । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ନେଇ ସୁପାରିସ୍ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପରିବାର ଲୋକଙ୍କ ପକ୍ଷରୁ ନ୍ୟାୟିକ ତଦନ୍ତ ନେଇ ଦାବି ହେଉଥିବା ବେଳେ ସିବିଆଇ ତଦନ୍ତ ନେଇ ସୁପାରିସ୍ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଭିନ୍ନ ମାମଲାରେ ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ ଉଠୁଥିବା ବେଳେ ଏବେ ଆଉ ଏକ ମାମଲାର ତଦନ୍ତ ନେଇ ସିବିଆଇକୁ ଦାୟିତ୍ୱ ଦିଆଯିବାକୁ ସ୍ଥିତ କରାଯାଇଛି । ତେବେ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଦ୍ୱାରା ସ୍ୱତନ୍ତ୍ର ଭାବେ ତଦନ୍ତ ପାଇଁ ଦାବି କରୁଥିଲେ । ସୂଚନା ଯୋଗ୍ୟ ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍‌ ୭ ଦିନ ମଧ୍ୟରେ ରିପୋର୍ଟ ଦେବାର ଥିଲା। ଘଟଣାକୁ ନେଇ ସାରା ଦେଶରେ ଅଧିକ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଚାପରେ ଥିବା ଯୋଗୀ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ସୂଚନା ଥାଉ କି, ୟୁପିର ହାଥରସରେ ସେପ୍ଟେମ୍ବର ୧୪ରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ଦୁଇ ସପ୍ତାହ ଧରି ଚିକିତ୍ସା ପାଇବା ପରେ ଶେଷରେ ପୀଡ଼ିତା ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମଙ୍ଗଳବାର ଆଖି ବୁଜିଥିଲେ। ।

 

 

Leave a Reply