ୟୁପି କ୍ୟାବିନେଟ୍ ମନ୍ତ୍ରୀଙ୍କ ଦେହାନ୍ତ: ୨ ସପ୍ତାହ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ
1 min readଲକ୍ଷ୍ମୌ: ଉତ୍ତରପ୍ରଦେଶରେ କ୍ୟାବିନେଟ୍ ମନ୍ତ୍ରୀ ଥିବା କମଳ ବରୁଣଙ୍କ ନିଧନ ହୋଇଛି । ତାଙ୍କ ପୂରା ନାମ ହେଉଛି କମଳ ରାଣୀ ବରୁଣ । ସେ ୟୁପି ବିଧାନସଭାର ସଦସ୍ୟ ନିର୍ବାଚିତ ହେବା ପୂର୍ବରୁ ସାଂସଦ ମଧ୍ୟ ରହିଥିଲେ । କମଳ ରାଣୀ ୟୁପି ସରକାରଙ୍କ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଥିଲେ । କମଳ ବରୁଣ କରୋନା ସଂକ୍ରମିତ ହୋଇ ଲକ୍ଷ୍ମୌ ପିଜିଆଇରେ ଭର୍ତ୍ତି ହୋଇଥିଲା ଏବଂ ତାଙ୍କ ଚିକିତ୍ସା ଚାଲିଥିଲା ।
उत्तर प्रदेश सरकार में मेरी सहयोगी, कैबिनेट मंत्री श्रीमती कमल रानी वरुण जी के असमय निधन की सूचना, व्यथित करने वाली है।
प्रदेश ने आज एक समर्पित जननेत्री को खो दिया।
उनके परिजनों के प्रति मेरी संवेदनाएं।
ईश्वर दिवंगत आत्मा को अपने श्री चरणों में स्थान प्रदान करें।
ॐ शांति!
— Yogi Adityanath (मोदी का परिवार) (@myogiadityanath) August 2, 2020
କମଳ ରାଣୀ ବରୁଣ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ସେ ଗତ ୧୮ ଜୁଲାଇରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଲକ୍ଷ୍ମୌ ପିଜିଆରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ରବିବାର ତାଙ୍କର ନିଧନ ହୋଇଛି । ସେ ୩ ମଇ ୧୯୫୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାରରେ ତାଙ୍କ ସହଯୋଗୀ ଥିବା କ୍ୟାବିନେଟ୍ ମନ୍ତ୍ରୀ କମଳ ରାଣୀ ବରୁଣୀଙ୍କ ଏଭଳି ଅକାଳ ବିୟୋଗ ତାଙ୍କୁ ବ୍ୟଥିତ କରିଛି ।