ରାଜନୀତିକୁ ଆସିଲେ ୨୨ ଚାପୁଡା ଖାଇଥିବା ଲକ୍ଷ୍ନୌ କାବ୍ ଡ୍ରାଇଭର, ପୁରୁଷଙ୍କ ପାଇଁ ଲଢିବେ

ଲକ୍ଷ୍ନୌ: ରାଜନୀତିରେ ପାଦ ଥାପିବେ ୨୨ ଚାପୁଡା ଖାଇଥିବା ଲକ୍ଷ୍ନୌ କାବ୍ ଡ୍ରାଇଭର ସଆଦତ ଅଲ୍ଲୀ । ପୁରୁଷ ମାନଙ୍କ ପାଇଁ ସ୍ବର ଉଠାଇବା ପାଇଁ ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସେ ପୁରୁଷ ମାନଙ୍କ ପାଇଁ ଲଢ଼ିବା ପାଇଁ ରାଜନୀତିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ସଆଦତ ।

ରାଜନୀତିରେ ଏଣ୍ଟ୍ରି କରିବା ନେଇ ପ୍ରଶ୍ନ ହେବାରୁ ସେ କହିଥିଲେ କି ମୁଁ ଦେଶର ସେହି ପୁରୁଷମାନଙ୍କ ସହ ଛିଡା ହେବାକୁ ଚାହେଁ ଯେଉଁମାନେ ମହିଳାଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଛନ୍ତି । କେବଳ ଏହା ନୁହେଁ ସଆଦତ ଅଲ୍ଲୀ ଏବେ ଦେଶ ସାରା ସମସ୍ତ କାବ୍ ଡ୍ରାଇଭରଙ୍କ ସହ ମଧ୍ୟ ଛିଡା ହୋଇଛନ୍ତି । କାବ୍ ଡ୍ରାଇଭର ସଆଦତ ଅଲ୍ଲୀଙ୍କ ଅନୁସାରେ ଏମିତି ବହୁତ ମାମଲା ରହିଛି ଯେଉଁଠାରେ ପୁରୁଷଙ୍କ କଥା ଶୁଣା ଯାଏନାହିଁ । ଏମିତି କି ଏଯର୍ପ୍ୟନ୍ତ ମୋତେ ମଧ୍ୟ ନ୍ୟାୟ ମିଳିନାହିଁ । ଏପରିସ୍ଥଳରେ ମୁଁ ରାଜନୈତିକ ପାର୍ଟିରେ ଯୋଗ ଦେଇ ଏହା ସାହାର୍ଯ୍ୟରେ ନ୍ୟାୟ ପାଇ ପାରିବି ଏବଂ ଅନ୍ୟ ପୁରୁଷମାନଙ୍କୁ ନ୍ୟାୟ ପ୍ରଦାନ କରିପାରିବି ।

ସଆଦତ ଅଲ୍ଲୀଙ୍କ ସହ ଆସିଥିବା ଓକିଲ କହିଛନ୍ତି କି ଆମକୁ ନ୍ୟାୟ ମିଳିଲା ନାହିଁ । ଯେଉଁଥି ପାଇଁ ସେ ରାଜନୈତିକ ପାର୍ଟିରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇ ୩୦ରେ ଲକ୍ଷ୍ନୌର ବାରାବରଓ୍ବାଠାରେ କ୍ୟାବ ଡ୍ରାଇଭର ସଆଦତ ଅଲ୍ଲୀଙ୍କୁ ପ୍ରିୟଦର୍ଶନୀ ଯାଦବ ବାରାବରଓ୍ବାଠାରେ ୨୨ଟି ଚାପୁଡା ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓରେ ପ୍ରୟଦର୍ଶନୀ ଯାଦବ ବିନା କିଛି କାରଣରେ କାବ୍ ଡ୍ରାଇଭରଙ୍କୁ ୨୨ଟି ଚାପୁଡା ମାରିଥିଲେ । ଖାଲି ଏତିକି ନୁହେଁ କାବ୍ ଡ୍ରାଇଭରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣାରେ ତଦନ୍ତ ସମୟରେ ଯେତେବେଳେ ଜଣା ପଡ଼ିଥିଲା କି କ୍ୟାବ ଡ୍ରାଇଭର ନିର୍ଦ୍ଦେଶ ସେତେବେଳେ ସେହି ଝିଅଙ୍କ ବିରୋଧରେ ଚୋରି, ମାରପିଟ ସମେତ ଅନ୍ୟ ଧାରା ଲଗାଇଯାଇଥିଲା ।

Leave a Reply