ୟୁପି ବିଧାନସଭା ନିର୍ବାଚନ, ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବ ଶିବସେନା

1 min read
UP Assembly Election-2022 Shiv Sena To Contest In 403 Seats

ଲକ୍ଷ୍ନୌ: ୟୁପି ନିର୍ବାଚନ ଲଢ଼ିବ ଶିବସେନା । ୨୦୨୨ ଉତ୍ତରପ୍ରଦେଶ ନିର୍ବାଚନ ଲଢ଼ିବା ନେଇ ଶିବସେନା ପ୍ରେସ୍ ରିଲିଜ୍ ଜାରି କରିଛି । ଦଳର ସମସ୍ତ ୪୦୩ଟି ଯାକ ବିଧାନସଭା ଆସନରେ ନିଜ ପ୍ରାର୍ଥୀ ଦେବ । ଲକ୍ଷ୍ନୌରେ ବସିଥିବା ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଶିବସେନାର ଉତ୍ତରପ୍ରଦେଶ ଅଧ୍ୟକ୍ଷ ଠାକୁର ଅନୀଲ ସିଂହ କହିଛନ୍ତି, ବିଜେପି ବ୍ରାହ୍ମଣଙ୍କ ସହ ଭଲ ବ୍ୟବହାର କରୁନାହିଁ । ଦରବୃଦ୍ଧି ଓ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଛି । ଏଥିପାଇଁ ଦଳ ସମସ୍ତ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱୀତା ପାଇଁ ନିର୍ଣ୍ଣୟ କରିଛି ।

UP Assembly Election-2022 Shiv Sena To Contest In 403 Seats

ଦଳ ପକ୍ଷରୁ ଜାରି ପ୍ରେସ୍ ଇସ୍ତାହାରରେ କୁହାଯାଇଛି, ଉତ୍ତରପ୍ରଦେଶରେ ଜଙ୍ଗଲ ରାଜ ଚାଲିଛି । ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ଘରୋଇ ସ୍କୁଲ ମନଇଚ୍ଛା ଟଙ୍କା ଆଦାୟ କରୁଛନ୍ତି । ଯୁବକ ରାଜ୍ୟ ଛାଡ଼ି ବାହାରକୁ ପଳାଉଛନ୍ତି ।

ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହୋଇପାରେ । ୨୦୧୭ ନିର୍ବାଚନରେ ୪୦୩ ଆସନରୁ ବିଜେପି ୩୧୨ ଆସନରେ ବିଜୟୀ ହୋଇଥିଲା । ସମାଜବାଦୀ ପାର୍ଟି ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲେ । ସମାଜବାଦୀ ପାର୍ଟି ୪୭ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୭ଟି ଆସନରେ ସନ୍ତୁଷ୍ଟ ହୋଇଥିଲା । ଯେତେବେଳେ କି ମାୟାବତୀଙ୍କ ବିଏସପି ୧୯ ଆସନ ଜିତିବାରେ ସଫଳ ହୋଇଥିଲା ।

Leave a Reply