ଉତ୍ତରପ୍ରଦେଶ ନିର୍ବାଚନ: ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଖିଳେଶ, ଝିଅଙ୍କ ନାଁରେ ମଧ୍ୟ ରହିଛି ଲକ୍ଷ ଲକ୍ଷ ଟଙ୍କା

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରହଲ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ନାମଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ଅନୁଯାୟୀ ସେ ୪୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ଏଥିରେ ଉଭୟ ବ୍ୟାଙ୍କ ଜମା ଏବଂ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ସାମିଲ ରହିଛି । ତଥ୍ୟ ଅନୁଯାୟୀ ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ ମୋଟ ୮.୪୩ କୋଟି ଟଙ୍କା ଜମା ରହିଛି । ସେ ପାଖାପାଖି ୧୭.୯୩ କୋଟି ଟଙ୍କା ମୂଲ୍ୟ ଜମିର ମାଲିକ । ତେବେ ସେ ୨୮.୯୭ ଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ପତ୍ନୀ ଡିମ୍ପଲଙ୍କ ନିକଟରେ ୫୮ ଲକ୍ଷ ୯୨ହଜାର ଟଙ୍କା ଜମା ରହିଛି । ବ୍ୟାଙ୍କରେ ଜମା ନଗଦ ବ୍ୟତୀତ ଡିମ୍ପଲ ୪କୋଟି ୭୬ ଲକ୍ଷ ୮୪ ହଜାର ଟଙ୍କା ସ୍ଥାବର ଓ ୧୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ଯେଉଁଥିରେ ତାଙ୍କ ଗହଣାର ମୂଲ୍ୟ ମଧ୍ୟ ସାମିଲ ରହିଛି । ଏଥିସହିତ ଅଖିଳେଶଙ୍କ ଝିଅଙ୍କ ନିକଟରେ ରହିଛି ୧୦ ଲକ୍ଷ ୩୯ ହଜାର ୪୧୦ ଟଙ୍କାର ସମ୍ପତ୍ତି ।

ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟ୍‌ରେ ବ୍ଳକ୍ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Leave a Reply