ଜଣା ପଡ଼ିଲା ସତ, ଫେରାର ହେବାର ଘଣ୍ଟାଏ ପୂର୍ବରୁ କଣ କରିଥିଲେ ଭାବି ଜ୍ବାଇଁ- ଶାଶୁ

1 min read

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ଅଲିଗଡ଼ର ଭାବି ଜ୍ବାଇଁଙ୍କ ସହ ଶାଶୁ ଫେରାର ହେବା ଘଟଣାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି । ଏବେ ଉଭୟ କେଉଁଠି ଅଛନ୍ତି ସେମାନଙ୍କ ପତ୍ତା ମିଳିନି । ତଥାପି ସେମାନେ ଫେରାର ହେବା ପୂର୍ବରୁ କିଭଳି ଭାବେ ଯୋଜନା କରିଥିଲେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ମଧ୍ୟ ଜଣା ପଡ଼ୁଛି । ଶ୍ବଶୁର ଜିତେନ୍ଦ୍ର କହିଛନ୍ତି କି, ଫେରାର ହେବାର ଘଣ୍ଟାଏ ପୂର୍ବରୁ କେମିତି ରହିଥିଲା ଜ୍ବାଇଁ-ଶାଶୁଙ୍କ ହାବଭାବ ।

ଜିତେନ୍ଦ୍ର କହିଛନ୍ତି କି, ୧୬ ତାରିଖରେ ବିବାହ ହେବା ପାଇଁ ସ୍ଥିର ହୋଇଥିଲା । ୧୮ ବର୍ଷୀୟ ଝିଅ ସହ ରାହୁଲଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଜ୍ବାଇଁ ଏବଂ ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ସନ୍ଦେହ ହୋଇନଥିଲା ପ୍ରଥମେ । କାରଣ ସେମାନେ ଯେଭଳି ଭାବେ ଚଳୁଥିଲେ ସେମାନଙ୍କ ଜମା ମଧ୍ୟ ସନ୍ଦେହ ହେଉନଥିଲା । ମାତ୍ର ସେମାନଙ୍କର ମୁଖ୍ୟ ଥିଲା କି, ଘରେ ଥିବା ଟଙ୍କା ଏବଂ ଗହଣା ଧରି ଫେରାର ହେବା । ଘରେ ଥିବା ୫ ଲକ୍ଷ ଟଙ୍କା ଏବଂ ୩ ଲକ୍ଷରୁ ଅଧିକ ଟଙ୍କାର ଗହଣା । tବୁ ନେଇ ଫେରାର ହୋଇଛନ୍ତି । ତେବେ ଫେରାର ହେବା ପୂର୍ବରୁ ଅନିତା ଜିଦ୍ ଧରିଥିଲେ କି, ଜ୍ବାଇଁଙ୍କ ପାଇଁ ମୋବାଇଲ୍ କିଣିବା ପାଇଁ । ଆଉ ଜ୍ବାଇଁଙ୍କୁ ନୂଆ ମୋବାଇଲ ଦେବାରେ ପରେ ନିଜେ ଅଧିକ ସମୟ ଗପିଥିଲେ ଏବଂ ଝିଅ ଅଳ୍ପ ସମୟ ଗପିଥିଲେ । ଯାହାକୁ ନେଇ ମା’ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କହିଛନ୍ତି । ଜିତେନ୍ଦ୍ର କହିଛନ୍ତି କି, ଏବେ ସେମାନଙ୍କ ସହ ମୋର ଆଉ କୌଣସି ସମ୍ପର୍କ ନାହିଁ । ମୋ ପାଇଁ ସେମାନେ ମରିଗଲେ ।