spot_img

Latest Posts

ଗଞ୍ଜାମରେ ୪ କୋଭିଡ ଯୋଦ୍ଧାଙ୍କ ଅକାଳ ବିୟୋଗ: ଶୋକବ୍ୟକ୍ତ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କ ଅକାଳ ବିୟୋଗ । କୋଭିଡ-୧୯ କାର୍ଯ୍ୟ ସମ୍ପାଦନରେ ନିୟୋଜିତ ୪ ଜଣ କୋଭିଡ ଯୋଦ୍ଧାଙ୍କ ଅକାଳ ବିୟୋଗ ହୋଇଛି । ଏ ନେଇ ଗଭୀର ଶୋକବ୍ୟକ୍ତ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ମୃତକମାନେ ହେଲେ  ବୁଗୁଡ଼ା ବ୍ଳକ୍‌ ଖୋଲାଖୋଳି ଗାଁର ଅଙ୍ଗନଓ୍ୱାଡି କର୍ମୀ ଭାରତୀ ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଳକ୍‌ ପଙ୍କଳବାଡ଼ି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକି) ସୀମାଞ୍ଚଳ ଶତପଥୀ,  ଆସିକା ବ୍ଳକ୍‌ ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦାର୍ଥ ଶଙ୍କର ପାଢ଼ୀ, ଧରାକୋଟ ବ୍ଳକ୍‌ କନିଷ୍ଠ ଯନ୍ତ୍ରୀ ପି. ସୁରେଶ କୁମାର । ଉପରୋକ୍ତ କୋଭିଡ ଯୋଦ୍ଧାଗଣଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଅନୁରାଗ ସହ ମାନବିକତାର ପରିଚୟ ଦେଇଥିଲେ । ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ କରିବା ଦିଗରେ ଜୀବନ ଉତ୍ସର୍ଗୀକୃତ କରିଛନ୍ତି । ଏହି ଯୋଦ୍ଧାମାନଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି । ଏହି ଦୁଃଖଦ ଘଡିସନ୍ଧି ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Latest Posts

Don't Miss