ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ମାମଲା ; କୁଲଦୀପ ସିଂ ସେନଗାରକୁ ଆତ୍ମସମର୍ପଣ ଲାଗି ନିର୍ଦ୍ଦେଶ
ଉତ୍ତରପ୍ରଦେଶ : ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲା । ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂ ସେନଗାରକୁ ଆଜି ଆର୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ହେବ ଆସନ୍ତା ୨୭ରେ। ଜଷ୍ଟିସ ପ୍ରତିଭା ସିଂଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କାରଣରୁ କୁଲଦୀପଙ୍କୁ ଗତ ଡିସେମ୍ବର ୫ରେ ହାଇକୋର୍ଟ ୨ ସପ୍ତାହ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । କୁଲଦୀପଙ୍କ ଅନ୍ତରୀଣ ଜମିନ ଆଉ କିଛିଦିନ ବଢାଇବା ଲାଗି ଓକିଲ ଅନୁରୋଧ କରିଥିଲେ ବି ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଥିଲେ ।
ଗତ ୨୦୧୭ ଜୁନ ୪ରେ ଉତ୍ତରପ୍ରଦେଶ ଉନ୍ନାଓରେ ଜଣେ ୧୭ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ୨୦ ଡିସେମ୍ବର ୨୦୧୯ରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂ ସେନଗାରକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ । ତାଙ୍କ ବିରୋଧରେ ଦୁଷ୍କର୍ମ, ହତ୍ଯା, ହତ୍ଯା ଉଦ୍ଯମ, ପୋକ୍ସୋ ଆଦି ମାମଲା ରହିଛି। ପୋଲିସ ହେପାଜତରେ ଥିବାବେଳେ ପୀଡିତାଙ୍କ ମୃତ୍ଯୁ ମାମଲା ବି ତାଙ୍କ ନାମରେ ରହିଛି। ପୀଡି଼ତାଙ୍କୁ ୨ ଜଣ ବ୍ଯକ୍ତି ପୋଡି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ୨୦୧୯ ଡିସେମ୍ବର ୭ରେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ଯୁ ଘଟିଥିଲା ।