ଉନ୍ନାଓରେ ଦୁଇ ଯୁବତୀଙ୍କ ମୃତ ଦେହ ମିଳିବା ଘଟଣା; ଦୋକାନରୁ ଚିପ୍ସ ଖାଇଥିବା ଜଣାଇଲା ସ୍ନାଇପର ଡଗ୍ସ

ଲକ୍ଷ୍ନୌ: ଉନ୍ନାଓରେ ଦୁଇ ଯୁବତୀଙ୍କ ମୃତ ଦେହ ମିଳିବା ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । ଦଳିତ ପରିବାରର ଦୁଇ ଯୁବତୀଙ୍କ ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ଘଟଣାରେ ତଦନ୍ତ ତ୍ବରାନିତ କରିଛି ତଦନ୍ତକାରୀ ଦଳ । ଯାଞ୍ଚ ଜାରି ରଖିଥିବା ପୋଲିସ ହାତରେ ଲାଗିଛି ଆଉ ଏକ ସାଘାଂତିକ ସୁରାକ । ଘଟଣା ଘଟିଥିବା ଦିନ ଅର୍ଥାତ ବୁଧବାର ଦ୍ବିପ୍ରହରରେ ଘରୁ ବାହାରିବା ପରେ ଉଭୟ ଯୁବତୀ ଗାଁ ର ଏକ ଦୋକାନରେ ଚିପ୍ସ କିଣି ଖାଇଥିବା ପୋଲିସ ହାତରେ ସୁରାକ ଲାଗିଛି । ଏହାପରେ ପୋଲିସ ଦୋକାନକୁ ସିଜ କରିଛି । ଏହା ସହ ସମସ୍ତ ଚିପ୍ସ ଏବଂ ବିସ୍କୁଟକୁ ଜବତ କରି ଯାଞ୍ଚ ଜାରି ରଖିଛି ।

ଏହି ମାମଲାରେ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି । ହତ୍ୟା, ଆତ୍ମହତ୍ୟା କିମ୍ବା ଦୁର୍ଘଟଣା କଣ ଘଟିଛି ସେଦିନ । ତଦନ୍ତର ଶେଷ ସୋପାନରେ ପୋଲିସ ଖୁବ ଜଲ୍ଦି ପହଁଚିଯିବା ନେଇ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି ଅଧିକାରୀ । ସତରେ ସେ ଦିନ କଣ ଘଟିଥିଲା, କେଉଁଥି ପାଇଁ ଦୁଇ ଯୁବତୀଙ୍କ ମୃତ୍ୟୁ ଘଟିଛି ?

ଘଟଣାକୁ ଦୁଇ ଦିନ ବିତିଥିଲା ବେଳେ ଗାଁ ର ଏକ ଦୋକାନରୁ ଯୁବତୀ ଦ୍ବୟ ଚିପ୍ସ କିଣି ଖାଇଥିବା ଜଣାଇଛି ସ୍ନାଇପର କୁକୁର । ତଦନ୍ତକାରୀ ଦଳକୁ କୁକୁର ହିଁ ନୂଆ ଦିଗ ଦେଖାଇଥିବା କହିଛନ୍ତି ତଦନ୍ତକାରୀ ଦଳ । ସୂଚନା ମୁତାବକ ସ୍ନାଇପର ଡଗ ଦୋକାନ ପାଖରେ ସୁଙ୍ଘି ବୁଲୁଥିବା ବେଳେ, ଦୋକାନ ଭିତରକୁ ଦୈଡ଼ିବାକୁ ଲାଗିଥିଲା । ଫଳରେ ଏହି ଦିଗକୁ ଜାଣିବାକୁ ଯାଞ୍ଚ ଅଧିକାରୀଙ୍କୁ ସହଜ ହୋଇଥିଲା ।

Leave a Reply