spot_img

Latest Posts

ଅବିବାହିତ ଅଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ହୋଇପାରେ ସ୍ମୃତି ଲୋପ

ଅନେକ ଲୋକ ଅଛନ୍ତି ଯେଉଁମାନେ ସର୍ବଦା ଏକୁଟିଆ ରହିବାକୁ ପସନ୍ଦ କରନ୍ତି । କାରଣ ସେମାନେ କୌଣସି ଝାମଲାରେ ପସିବାକୁ ଚାହାନ୍ତି ନାହିଁ । ଏବଂ ଏହି କାରଣରୁ କେତେକ ବିବାହ କରିବାକୁ ମଧ୍ୟ ପସନ୍ଦ କରିନଥାନ୍ତି । ଯଦି ଆପଣମାନଙ୍କ ମଧ୍ୟରୁ କେହି ଅବିବାହିତା ଅଛନ୍ତି । ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଅବିବାହିତଙ୍କର ଅର୍ଦ୍ଧ ବୟସ୍କରେ ସ୍ମରଣଶକ୍ତି ହ୍ରାସ ହୋଇପାରିବ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ।

 

ଏହି ଅଧ୍ୟୟନରୁ ଆହୁରି ଏକ କଥା ଜାଣିବାକୁ ମିଳିଛି ଯେ ବିବାହ ବିଚ୍ଛେଦ ପରେ ଏକୁଟିଆ ରହୁଥିବା ବ୍ୟକ୍ତିମାନଙ୍କୁ ଜୀବନର ଅନ୍ତିମ ଚରଣରେ ଅଲ୍ ନାମକ ଏକ ରୋଗକୁ ସାମ୍ନା କରିବାକୁ ପଡିଥାଏ । ସ୍ୱିଡେନର କ୍ୟାରୋଲିଂସ୍କା ଇଂଷ୍ଟୁଚୁଟର ଏକ ଦଳ ଏହି ବିଷୟରେ ଅଧ୍ୟୟନ କରିଥିଲେ ଏବଂ ଜୀବନର ମଧ୍ୟ ଭାଗରେ ଜୀବନ ସାଥୀ ମାନଙ୍କର ମହତ୍ୱ ଜାଣିବାକୁ ଚେଷ୍ଟାକରିଥିଲେ । ଏଥିରୁ ଜଣା ପଡିଥିଲା ଯେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଛାଡପତ୍ର ପରେ ସେମାନେ ଏକୁଟିଆ ରହିଥାନ୍ତି ଏବଂ ଜୀବନର ଶେଷ ମୂହୂର୍ତ୍ତରେ ସେମାନଙ୍କୁ ଅଲ୍ ହେବାର ତିନିଗୁଣା ଅଧିକ ସମ୍ଭାବନା ଥାଏ ।

ଅବିବାହିତା, ଛାଡପତ୍ର ବ୍ୟକ୍ତିତ୍ୱ ଏବଂ ବିଧବା ମାନେ ସମାଜରେ ଏକୁଟିଆ ରହୁଥିବା ଯୋଗୁଁ ଖୁବ୍ ଶୀଘ୍ର ସ୍ମରଣ ଶକ୍ତି ହ୍ରାସ ହେବାର ସମ୍ଭାବନା ଥାଏ ।ଗବେଷକ ମାନଙ୍କର କହିବାନୁଯାୟୀ ଯୁଗଳ ସମ୍ବନ୍ଧ ସାଧାରଣତଃ ସାମାଜିକ ଏବଂ ବୈଦିକ ରୀତି ଅନୁଯାୟୀ ସବୁଠାରୁ ଭଲ ସ୍ୱରୁପ । ଯଦି ସାମାଜିକ ଏବଂ ବୈଦିକ ସମ୍ବନ୍ଧ ଦ୍ୱାରା ସ୍ମତିଶକ୍ତି ଲୋପ ହେବାରୁ ରକ୍ଷା ମିଳିଥାଏ ତେବେ ଲୋକମାନଙ୍କୁ ନିଜର ଜୀବନସାଥୀଙ୍କ ସହିତ ଏକାଠି ରହିବା ଦରକାର । ଏହି ଗବେଷଣା ବୈବାହିକ ଜୀବନର ଲାଭକୁ ପ୍ରଦର୍ଶିତ କରିଥାଏ ବୋଲି ଜଣେ ଅଗ୍ରଣୀୟ ଗବେଷକ କ୍ରିଷ୍ଟର ହଂକସନ୍ କହିଛନ୍ତି ।

ଲଣ୍ଡନର ଏକ ଖବରକାଗଜ ଡେଲିମେଲ୍ ଅନୁସାରେ ଏହି ଗବେଷଣାରେ ୧ ହଜାର ୪୯୮ ଲୋକଙ୍କୁ ସାମିଲ୍ କରାଯାଇଥିଲା ଏବଂ ସେମାନଙ୍କ ଜୀବନର ମଧ୍ୟଭାଗ ସଂପର୍କରେ ପଚରାଯାଇଥିଲା । ଏହାର ୨୧ ବର୍ଷପରେ ସେହି ଲୋକମାନଙ୍କ ସହ ସଂପର୍କ କରିବାରୁ ଜାଣିବାକୁ ମିଳିଥିଲା ଯେ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକ ଅଲ୍ ରୋଗର ଶିକାର ହୋଇଛନ୍ତି ।

Latest Posts

Don't Miss