୬ ତାରିଖରୁ ଏହି ରାଜ୍ୟରେ ପର୍ଯ୍ୟାୟ କ୍ରମରେ ଖୋଲିବ ସ୍କୁଲ

Unlock Bihar Schools Colleges Will Reopens With Strict Guidelines From 6th July

ପାଟନା: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା କାରଣରୁ ବିହାର ସରକାର ଜୁଲାଇ ୬ ତାରିଖ ପରେ ସ୍କୁଲ ଓ କେଲଜ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ପର୍ଯ୍ୟୟକ୍ରମେ ଖୋଲିବ ।

ଏଥିସହ ପଢ଼ନ୍ତୁ: ଓଡ଼ିଶାର ଡେଲ୍ଟା ଭାରିଆଣ୍ଟ ଆକ୍ରାନ୍ତ କେମିତି ହେଲେ ସୁସ୍ଥ ?

ରିପୋର୍ଟ ଅନୁସାରେ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଥମେ ଖୋଲିବ । ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ ଖୋଲିବ । ତେବେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ନାହିଁ । କେବଳ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ହିଁ ଖୋଲିବ । ତୃତୀୟ ପର୍ଯ୍ୟାୟରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଖୋଲିବ । ଏହା ସହିତ ସବୁ ବିଦ୍ୟାର୍ଥୀ ଏକକାଳିନ କ୍ଲାସରେ ଯୋଗ ଦେଇ ପାରିବେ ନାହିଁ । ୫୦ ପ୍ରତିଶତ ବିଦ୍ୟାର୍ଥୀଙ୍କୁ ନେଇ କ୍ଲାସ ଆରମ୍ଭ ହେବ । ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ମାସ୍କ ପିନ୍ଧିବା ତଥା ସାନିଟାଇଜେସନ୍ ବାଧ୍ୟତାମୁଳକ ହେବ ।

ତେବେ ସ୍କୁଲ ଆସିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ ହେବ ।ଅଭିଭାବକଙ୍କ ଅନୁମତି ନଥିଲେ ବିଦ୍ୟାର୍ଥୀ ସ୍କୁଲ ଆସି ପାରିବେ ନାହିଁ । ସ୍କୁଲ ଓ କଲେଜକୁ ସାନିଟାଇଜ୍ କରିବା ଦାୟିତ୍ୱ ସ୍କୁଲ କର୍ତ୍ତୁପକ୍ଷଙ୍କର ରହିବ । ପିଲାଙ୍କୁ ସଂକ୍ରମଣରୁ ଦୁରେଇ ରଖିବା ପାଇଁ ଅନୁଷ୍ଠାନ ସବୁ ପଦକ୍ଷେପ ନେବେ ।

Leave a Reply