Unlock 3: ହୋଟେଲ୍ ଖୋଲିବାକୁ ମିଳିଲା ଅନୁମତି, ବନ୍ଦ ରହିବ ଜିମ୍

1 min read

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଭିତରେ ଅନଲକ୍-୩ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀ ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବାକୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏବେ ଦିଲ୍ଲୀରେ ହୋଟେଲ ଖୋଲିବାକୁ ଅନୁମତି ମିଳିଛି । ତେବେ, ପୂର୍ବ ପରି ଦିଲ୍ଲୀରେ ଜିମ୍ ବନ୍ଦ ରହିବ । ଟ୍ରାଏଲ ବେସିସରେ ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବୈଠକ ବୁଧବାର ବସିଥିଲା । ଏହି ବୈଠରେ ଉପରାଜ୍ୟପାଳ ବୈଜଲ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ କରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା ପରେ ହୋଟେଲ, ଜିମ୍ ଓ ବଜାର ଖୋଲିବ ନେଇ ନିଷ୍ପତ୍ତ ନିଆଯାଇଛି ।

ଦିଲ୍ଲୀରେ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ସରକାର ସବୁ ପ୍ରକାର ପ୍ରୟାସ କରୁଥିବା ଦାବି କରୁଛନ୍ତି । ଏହି ପ୍ରକାରେ କରୋନା ସଂକ୍ରମିତଙ୍କ ଲାଇଭ୍ ମନିଟରିଂ ଆରମ୍ଭ କରାଯାଇଛି । ଦିଲ୍ଲୀର ସବୁଠୁ ବଡ଼ ହସ୍ପିଟାଲ ଏଲଏନଜେପିରେ ଥିବା ଆକ୍ରାନ୍ତ ଅସୁବିଧା ନେଇ ଅଭିଯୋଗ କରୁଥିଲେ । ପାଖାପାଖି ୨ ମାସ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ଗୃହମନ୍ତ୍ରୀ ହସ୍ପିଟାଲକୁ ଯାଇଥିଲେ । ପୂରା ହସ୍ପିଚାଲରେ କ୍ୟାମେରା ଲଗାଇବାକୁ ଅମିତ ଶାହ କହିଥିଲେ । ତାପରେ ସବୁଠି ସିସିଟିଭି ଲାଗିଥିଲା । ଏହାକୁ ଗୃହ ମନ୍ତ୍ରାଳୟର କଣ୍ଟ୍ରୋଲ ରୁମରୁ ମନିଟରିଂ କରାଯାଉଛି ।

Leave a Reply