ଆଜିଠୁ ଅନ୍‌ଲକ ହେଉଛି ଦେଶ, ପର୍ଯ୍ୟାୟକ୍ରମେ ଖୋଲିବ ଦେଶରେ ଲକ୍‌ଡାଉନ

ନୂଆଦିଲ୍ଲୀ: ଆଜିଠୁ ଲକଡାଉନ୍‌ ନୁହେଁ, ଅନ୍‌ଲକ୍‌ ଇଣ୍ଡିଆ । କରୋନା ସତର୍କତା ସହ ଲକ୍‌ଡାଉନ୍‌ରୁ ଏଗ୍‌ଜିଟ୍‌ ପ୍ଲାନ୍‌ । ତିନି ପର୍ଯ୍ୟାୟରେ ଦେଶରେ ଖୋଲିବ ତାଲା । ଧୀରେଧୀରେ ସବୁ କ୍ଷେତ୍ରରେ କଟକଣା କୋହଳ ହେବ । ଦେଶର ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ପାଇଁ ତାଲା ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ଯାତ୍ରୀ କର୍ଫ୍ୟୁ ପୂର୍ବରୁ ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଥିଲା ସେଥିରେ ପରିବର୍ତ୍ତନ ସେଥିରେ ପରିବର୍ତ୍ତନ ହୋଇଛି ।

ଆଜିଠୁ ରାତି ୯ଟାରୁ ସକାଳ ୫ଟା ଯାଏଁ ଯାତ୍ରୀ କର୍ଫ୍ୟୁ କଟକଣା ରହିବ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଏବଂ ମାଲ୍‌ ପରିବହନ ପାଇଁ ପାସ୍‌ ଆବଶ୍ୟକ ପଡିବ ନାହିଁ । ତେବେ ଜୁନ୍‌ ୩୦ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ । କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବଫର ଜୋନ୍‌ ଘୋଷଣା କରି କଟକଣା ଲଗାଇପାରିବେ ।

ତେବେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ରହିବ । ପ୍ରଥମ ପର୍ଯ୍ୟାୟରେ ଜୁନ୍‌ ୮ରେ ଖୋଲିବ ଧାର୍ମିକ ସ୍ଥଳୀ, ହୋଟେଲ୍‌, ରେଷ୍ଟୁରାଣ୍ଟ ଓ ସପିଙ୍ଗ୍ ମଲ୍‌ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ବିଚାରବିମର୍ଶ କରି ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

ସେହିପରି ସ୍ଥିତି ଅନୁଧ୍ୟାନ ପରେ ଅନ୍ତର୍ଜାତୀୟ ବିମାନ ସେବା, ମେଟ୍ରୋ ଟ୍ରେନ୍‌ ସେବା, ସିନେମା ହଲ୍‌, ଜିମ୍‌, ସୁଇମିଂପୁଲ୍‌, ବାର, ଏଣ୍ଟରଟେନ୍‌ମେଣ୍ଟ ପାର୍କ, ଅଡିଟୋରିୟମ୍‌ ଖୋଲିବା ନେଇ ସରକାର ତୃତୀୟ ପର୍ଯ୍ୟାୟରେ ନିଷ୍ପତ୍ତି ନେବେ । କରୋନା ପାଇଁ ସାମାଜିକ, ରାଜନୈତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି । ଏସବୁ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

Leave a Reply