ସମୁଦ୍ର ବେଳାଭୂମିରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର

କୋଣାର୍କ: ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ବାଙ୍ଗର ମୌଜା ସ୍ଥିତ ଲିଆଖିଆ ନିକଟ ସମୁଦ୍ର ବେଳାଭୂମିରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର । ବେଳାଭୂମିରେ କଙ୍କାଳ ପଡ଼ିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । କାରଣ ଅସ୍ପଷ୍ଟ ଥିବା ବେଳେ, ଚନ୍ଦ୍ରଭାଗା ସାମୁଦ୍ରିକ ପୋଲିସ କଙ୍କାଳକୁ ଜବତ କରିଛି । ଉଦ୍ଧାର କଙ୍କାଳକୁ ପୁରୀ ପଠାଯାଇଛି । ସମୁଦ୍ରରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ପୁରୀ ଜିଲ୍ଲାର ବିଭିନ୍ନ ଥାନାକୁ ଖବର ଦିଆଯାଇଛି । ଚିହ୍ନଟ ପାଇଁ ଏହି କଙ୍କାଳକୁ ୯୬ ଘଣ୍ଟା ରଖାଯିବ ବୋଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ସୂଚନା ଦେଇଛନ୍ତି ।