ମିଆଁଉ ମିଆଁଉକୁ ମାରିଲା କିଏ ? ରାଜଧାନୀରେ ଚହଳ
1 min read
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବିଲେଇକୁ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଓୟୁଏଟିରେ ବିଲେଇଟିକୁ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାର ମୃତ୍ୟୁ ହୋଇଛି । ତେବେ, କିଏ ଓ କାହିଁକି ବିଲେଇକୁ ଗୁଳିମାଡ଼ କଲା ତାହା ଜଣାପଡ଼ିନାହିଁ । ଖାରବେଳ ନଗର ଥାନା ଅଞ୍ଚଳର ଏହି ଘଟଣା ରାଜଧାନୀରେ ଆତଙ୍କ ଖେଳାଇ ଦେଇଛି ।

ୟୁନିଟ୍-୪ ଅଞ୍ଚଳରେ ରହୁଥିବା ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ ଗୁଳିମାଡ଼ କରାଯାଇଛି । ଆଜି ଦିନ ପ୍ରାୟ ୧୧ଟା ୩୦ ବେଳେ ବିଲେଇଟି ଖେଳାଖେଳି କରୁଥିଲା । ସୁଶାନ୍ତଙ୍କ ମାଆ ଫୁଲ ତୋଳୁଥିଲେ । ହଠାତ୍, ଏକ ଶବ୍ଦ ହେଲା ଦେଖିଲାବେଳକୁ ବିଲେଇଟି ପଡ଼ିଶା ଘର ପାଚେରୀ ଦେଇ ତଳକୁ ଖସିପଡ଼ିଛି ।

ସଙ୍ଗେ ସଙ୍ଗେ ପରିବାର ଲୋକ ଗୁଳିବିଦ୍ଧ ବିଲେଇକୁ ଓୟୁଏଟି ନେଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବର୍ଷକ ମଧ୍ୟରେ ସମାନ ଢଙ୍ଗରେ ୭ଟି ବିଲେଇକୁ ହତ୍ୟା କରାଗଲାଣି । ଏନେଇ ସୁଶାନ୍ତ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି ।