ଖୋର୍ଦ୍ଧାରେ କ୍ଲିନିକରେ ଫୁଟିଲା ଗୁଳି, ଡାକ୍ତରଙ୍କ ସହ ଅନ୍ୟଜଣେ ଗୁରୁତର

ଖୋର୍ଦ୍ଧା: ସହରରେ ଚାଞ୍ଚଲ୍ୟ । ସନ୍ଧ୍ୟାରେ ଡାକ୍ତରଙ୍କୁ ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ । କ୍ଲିନିକ ଭିତରେ ପଶି ଦୁର୍ବୃତ୍ତ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସରଞ୍ଜନ ଦାସଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ରେ ଡାକ୍ତରଙ୍କ ସହ ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ, ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଡାକ୍ତର ଶ୍ରୀ ଦାସ କ୍ଲିନିକରେ ବସି କଥା ହେଉଥିବା ବେଳେ ବାଇକରେ ୨ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଥିଲେ ।

ଗୁଳିମାଡ଼ ଘଟଣା ପରେ ଖୋର୍ଦ୍ଧା ଟାଉନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଘଟଣା ଖୋର୍ଦ୍ଧା ସହରରେ ଆତଙ୍କ ଖେଳାଇ ଦେଇଛି ।

Leave a Reply