ଅଜଣା ରୋଗରେ ଚାଲିଗଲା ଗୋଟିଏ ପରିବାରର ୨ ଜୀବନ: ସାନ ପୁଅ ସହ ମେଡିକାଲରେ ଚିକିତ୍ସିତ ହେଉଛି ମାଆ

ବଣାଈ: ସୁନ୍ଦରଗଡ଼ ଜିଲା ବଣାଇରୁ ଆସିଛି ଏକ ଦୁଃଖଦ ଖବର । ଲହୁଣିପଡ଼ା ଥାନା ନିକଟ ଦମାଳୁ ଗାଁରେ ମାତ୍ର କିଛି ଘଣ୍ଟା ବ୍ୟବଧାନରେ ଗୋଟିଏ ପରିବାରର ୨ ପ୍ରାଣ ହରାଇଛନ୍ତି । ଗତ କିଛିଦିନ ହେବ ସ୍ୱର୍ଗତ ଅଶୋକ ତୁରୀଙ୍କ ସ୍ତ୍ରୀ ଓ ୩ ପିଲା ଅଜଣା ଜ୍ଜରରେ ଆକ୍ରାନ୍ତ ହୋଇଥିଲେ । ଗତକାଲି ପୁଅ ଅଜୟର ମୃତ୍ୟୁ ହେବା ପରେ ଗ୍ରାମବାସୀ ତାଙ୍କୁ ପୋତି ଦେଇଥିଲେ । ଆଜି ସକାଳୁ ଝିଅ ଆଶ୍ରିତାର ମୃତ୍ୟୁ ହୋଇଛି । ମାଆ ଇନ୍ଦୁ ଓ ସାନପୁଅକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ବାସିନ୍ଦା ଓ ସମ୍ପର୍କୀୟଙ୍କ ସୂଚନା ମୁତାବକ ସେମାନେ ଅସୁସ୍ଥ ହୋଇ ପଡିବା ପରେ ଜଣେ କ୍ୱାକ୍‌ଙ୍କ ପରାମର୍ଶରେ ଔଷଧ ଖାଇଥିଲେ ।

ଏପରିକି ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବା ପରିବର୍ତ୍ତେ ଗୁଣିଗାରେଡ଼ି ସନ୍ଦେହରେ ଝାଡଫୁଙ୍କ ବି କରାଇଥିଲେ । ହେଲେ ଜଣଙ୍କ ପରେ ଜଣେ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଏ ଖବର ପାଇବା ପରେ ସ୍ୱାସ୍ଥ୍ୟକର୍ମୀ ଆସି ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏବେ ଉଭୟ ମାଆ ଓ ଦ୍ୱିତୀୟ ପୁଅ ମେଡିକାଲରେ ସୁସ୍ଥ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ୨୪ ଯାଏଁ ଲାଗି ରହିବ

Leave a Reply