ବୈତରଣୀ ନଦୀରୁ ପଥରବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର
1 min read
ଆନନ୍ଦପୁର ଥାନା ବୈତରଣୀ ନଦୀର ସୁନାମୁନି ଘାଟରୁ ଅଣ୍ଟାରେ ପଥର ବନ୍ଧା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର l ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ l ମୃତା ମହିଳାଙ୍କ ପରିଚୟ ମିଳିପାରି ନାହିଁ l ଗତକାଲି ରାତିରେ ସ୍ଥାନୀୟ କିଛି ଲୋକ ନଦୀ କୂଳକୁ ଯାଇଥିବା ସମୟରେ ପାଣି ଉପରକୁ କେବଳ ଏକ ହାତ ବାହାରକୁ ଥିବା ଦେଖି ଥିଲେ। କେହି ପାଣିରେ ବୁଡି ଯାଇଥିବା ସନ୍ଦେହ କରି ଆନନ୍ଦପୁର ପୋଲିସକୁ ଖବର ଦେଇଥିଲେ ଲୋକେ l ଆନନ୍ଦପୁର ପୋଲିସ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ସହାୟତାରେ ମୃତଦେହ ଉଦ୍ଧାର କରିଥିଲା। ମହିଳାଙ୍କ ଅଣ୍ଟାରେ ପଥର ବନ୍ଧା ହୋଇଥିବା ବେଳେ ଗୋଟିଏ ହାତ ମଧ୍ଯ ଶରୀର ସହ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି l କେହି ମହିଳାଙ୍କୁ ହତ୍ଯା କରି ହାତ ବାନ୍ଧିବା ସହ ଶରୀରକୁ ପଥରରେ ବାନ୍ଧି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।