ମାତିଛନ୍ତି ଅଜଣା ଜନ୍ତୁ, ଶୀକାର ହେଉଛନ୍ତି…

1 min read

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କୁମୁରସିଙ୍ଘା ଗାଁରେ ଅଜଣା ଜନ୍ତୁଙ୍କ ଭୟ । ଅଜଣା ଜନ୍ତୁ ଆକ୍ରମଣରେ ୨୫ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି । ଏଥିରେ ୨୭ଟି ମେଣ୍ଢା ଗୁରୁତର ହୋଇଛନ୍ତି ।

କୁମରସିଙ୍ଘା ଗାଁର ଜଣେ ବ୍ୟକ୍ତି କପିଳ ମହାକୁର ତାଙ୍କ ଗୁହାଳରେ ପ୍ରାୟ ୫୦ରୁ ଅଧିକ ମେଣ୍ଢା ରଖିଥିଲେ ।

ସୂଚନା ଅନୁଯାୟୀ,  ଗତକାଲି ବିଳମ୍ବିତ ରାତିରେ କିଛି ଅଜଣା ବନ୍ୟଜନ୍ତୁ ଗୁହାଳରେ ପସି ମେଣ୍ଢାଗୁଡିକୁ ଆକ୍ରମଣ କରିଥିଲେ । ନିକଟସ୍ଥ ଜଙ୍ଗଲରୁ କିଛି ବନ୍ୟଜନ୍ତୁ ଆସି ୨୫ଟି ମେଣ୍ଢାକୁ ମାରି ଦେଇଦେଇଥିବା ବେଳେ ୨୭ଟି ମେଣ୍ଢାକୁ ଖଣ୍ଡିଆ ଖାବରା କରି୍ଥିବା ଅଭିଯୋଗ ହୋଇଛି ।

ତେବେ କୋଉ ଜନ୍ତୁ ଆକ୍ରମଣ କରିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ । ଏନେଇ ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ ବନବିଭାଗ ଅଧିକାରୀ ପହଞ୍ଚି ନଥିବା ବେଳେ ସରକାରୀ ସହାୟତା ଦାବି କରିଛନ୍ତି କ୍ଷତିଗ୍ରସ୍ତ ଲୋକ। ')}

Leave a Reply