ତିହିଡ଼ି ମଥୁରାପୁରରେ କୋକୁଆ ଭୟ, ବନ ବିଭାଗର ତନାଘନା

1 min read

ଭଦ୍ରକ: ମାତିଛି ଜଙ୍ଗଲୀ ଜନ୍ତୁ । ଜନ ବସତି ଆଡ଼କୁ ମାଡ଼ି ଆସୁଛି । ଅଧିକ ଲୋକ ଦେଖିଲେ ପୁଣି ପଳାଉଛି । ଗହୀର ସାରା ପଡ଼ିଛି ଜଙ୍ଗଲୀ ଜନ୍ତୁର ପାଦଚିହ୍ନ । ତେବେ, ଏହି ଜଙ୍ଗଲୀ ଜନ୍ତୁ ନାଁ କଣ କେହି କହି ପାରୁନାହାନ୍ତି । ଏଭଳି ଅଜଣା ଜନ୍ତୁକୁ ନେଇ ତିହିଡ଼ି ଥାନା ସୟା ପଞ୍ଚାୟତ ମଥୁରାପୁରରେ ଆତଙ୍କ ଦେଖା ଦେଇଛି ।

Tihidi

ସକାଳେ କେନାଲ ଆଡ଼ିରେ କିଛି ଲୋକ ଅଜଣା ଜନ୍ତୁକୁ ଦେଖିଥିଲେ । ଜନ ବସତି ଆଡ଼କୁ ମାଡ଼ି ଆସୁଥିବା ଜଙ୍ଗଲୀ ଜନ୍ତୁ ଲୋକଙ୍କୁ ଦେଖି ଦୌଡ଼ି ପଳାଇଥିଲା । ସ୍ଥାନୀୟ ଲୋକେ ଏହାକୁ ହେଟା ବାଘ କହୁଥିବା ବେଳେ ବନ ବିଭାଗ ଫିସିଂ କ୍ୟାଟ କହୁଛି । ପ୍ରକୃତରେ ଏ ଅଜଣା ଜନ୍ତୁ ନାଁ କଣ ଜଣାପଡ଼ିନାହିଁ । ଜଙ୍ଗଲୀ ଜନ୍ତୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ବନ ବିଭାଗ ଟିମ୍ ଅଜଣା ଜନ୍ତୁକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Tihidi

କିଛିଦିନ ତଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ସାଙ୍କୁଅ ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କ ଦେଖା ଦେଇଥିଲା । ପରେ ଏହା ଆଫ୍ରିକୀୟ ଜନ୍ତୁ ବୋଲି ଜଣା ପଡ଼ିଥିଲା । ')}

Leave a Reply