ଚୌରୀ ଚୌରାକୁ ଶହେ ବର୍ଷ, ଆରମ୍ଭ ହୋଇଛି ଶତାବ୍ଦୀ ସମାରୋହ

ନୂଆଦିଲ୍ଲୀ: ଆଜି ବି ସତେଜ ଚୌରୀ ଚୌରାର ଐତିହାସିକ ଘଟଣା । ଉତ୍ତେଜିତ ଭାରତୀୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋରା ବାହିନୀ । ଜୀବନ୍ତ ଦଗ୍ଧ ହୋଇଥିଲେ ୨୨ ପୋଲିସ କର୍ମଚାରୀ । ଯେଉଁ ଘଟଣା ଅସହୋଯୋଗ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମହାତ୍ମା ଗାନ୍ଧୀଙ୍କୁ ବାଧ୍ୟ କରିଥିଲା । ଚୌରୀ ଚୌରା ଘଟଣାକୁ ଇତି ମଧ୍ୟରେ ପୁରିଛି ଶହେ ବର୍ଷ । ଆଜିଠାରୁ ଆରମ୍ଭ ହୋଇଛି ଶତାବ୍ଦୀ ସମାରୋହ।

ଏହି ସମାରୋହରେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ବିଶେଷ ଡାକ ଟିକେଟ ଜାରି କରିଛନ୍ତି । ସ୍ବାଧୀନତା ସଂଗ୍ରାମ ବେଳେ ଉତ୍ତରପ୍ରଦେଶର ଗୋରଖପୁର ନିକଟ ଚୌରୀ ଚୌରାଠାରେ ଘଟିଥିବା ଘଟଣାକୁ ଦେଶବାସୀ ସର୍ବଦା ମନେ ରଖିବେ । ଚୌରୀ ଚୌରା ଘଟଣାକୁ ଇତିହାସରେ ସ୍ବତନ୍ତ୍ର ସ୍ଥାନ ମିଳି ନ ଥିଲେ ବି ଦେଶ ପାଇଁ ଜୀବନ ଦେଇଥିବା ଲୋକମାନଙ୍କୁ ଦେଶବାସୀ କେବେ ଭୁଲିବେନି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ।

ସମାରୋହରେ ଯୋଗଦେବା ଅବସରରେ ମୋଦି ନୂଆ କୃଷି ଆଇନ ଓ ବଜେଟ୍‌କୁ ନେଇ କେନ୍ଦ୍ରର ପ୍ରଶଂସା କରିଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଉପସ୍ଥିତ ଥଲେ । ଅତିତୀର ଏହି ଘଟଣାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମନେପକାଇଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଶତାବ୍ଦୀ ସମାରୋହ ଏକ ବର୍ଷ ଧରି ଚାଲିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave a Reply