spot_img

Latest Posts

କରୋନା ସଂକଟରେ ଆମେରିକା ଦେଲା ଆଶ୍ୱସ୍ତି, ବାଣ୍ଟିବ ୮ କୋଟି କରୋନା ଟିକା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅଦୃଶ୍ୟ ଭୂତାଣୁ ପାଇଁ ପ୍ରତିଦିନ ଲୋକେ ମରିବାରେ ଲାଗିଛନ୍ତି। ଏଭଳି ପରିସ୍ଥିତି ବେଳେ ଆସିଲା ଆଶ୍ୱସ୍ତିକର ଖବର। ସଂକଟ ସମୟରେ ଆମେରିକା ୮ କୋଟି ଟିକା ଅନ୍ୟ ଦେଶ ମାନଙ୍କୁ ବିତରଣ କରିବ ବୋଲି ଜଣାପଡ଼ିଛି। ଏହି ଦେଶ ମାନଙ୍କ ଭିତରେ ଭାରତ ମଧ୍ୟ ରହିଛି। ଏନେଇ ଆମେରିକା ଉପରାଷ୍ଟ୍ରପତି କମଲା ହାରିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଅଢେଇ କୋଟି ଟିକା ଡୋଜ୍‌ ଅନ୍ୟ ଦେଶକୁ ବିତରଣ କରାଯିବ। ଏହି ଦେଶ ମାନଙ୍କ ଭିତରେ ଭାରତ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ମେକ୍ସିକୋ ଭଳି ଦେଶ ରହିଛି। ସେହି ଦେଶର ନେତା ମାନଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଲା ହରିଶ। କରୋନାର ଦ୍ୱିତୀୟ ଲହରୀରେ ଅନେକ ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ଆମେରିକା ନିଜର ବଳକା ଟିକା ଅନ୍ୟ ଦେଶକୁ ଦେବ ବୋଲି ଘୋଷଣା କରିଥିଲେ।

Latest Posts

Don't Miss