spot_img

Latest Posts

କାଲି ହେବ ନିଟ୍ ପରୀକ୍ଷା; ରାଜଧାନୀ ୟୁନିଟ୍-୧ ମାର୍କେଟ୍ ବନ୍ଦ…

ଭୁବନେଶ୍ୱର: ଆସନ୍ତାକାଲି ନିଟ୍ ପରୀକ୍ଷା । ଜେଇଇ ଭଳି ନିଟର ସଫଳ ପରିଚାଳନା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ପରୀକ୍ଷାର୍ଥୀଙ୍କ ଯାତାୟତ ଓ ରହଣୀ ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ରବିବାର ଅପରାହ୍ନ ୨ଟାରୁ ୫ଟା ଯାଏ ପରୀକ୍ଷା ହେବ । ଚଳିତ ବର୍ଷ ଓଡ଼ିଶାର ୮୩ଟି ପରୀକ୍ଷା କେନ୍ଦ୍ରରେ ୩୭ ହଜାର ୪୫୯ ପରୀକ୍ଷାର୍ଥୀ ନିଟ୍ ଦେବେ । ଭୁବନେଶ୍ବରର ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ସେ ମଧ୍ୟରୁ ପାଖାପାଖି ୧୩ ଶହ ପରୀକ୍ଷାର୍ଥୀ ସରକାରୀ ସୁବିଧା ପାଇଁ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କାନିଂ ସହ ରହଣି ସ୍ଥାନରେ ମେଡିକାଲ ଟିମ୍ ନିୟୋଜିତ ରହିବେ । ସେପଟେ ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ, ପରୀକ୍ଷାର୍ଥୀଙ୍କ ସୁରକ୍ଷା ଓ ସଂକ୍ରମଣକୁ ରୋକିବା ପାଇଁ ୟୁନିଟ-1 ହାଟ ଓ ପରିବା ମାର୍କେଟ ବନ୍ଦ ରଖାଯାଇଛି । ରବିବାର ଦିନ ୧୧ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରଖିବ ହାଟ । ଏନେଇ ବିଏମ୍ସି ପକ୍ଷରୁ ବିଭିନ୍ନ ବ୍ୟବସାୟୀ ସଂଘକୁ ନୋଟିସ ଜାରି କରାଯାଇଛି ।

Latest Posts

Don't Miss