ବିନା ମନ୍ତ୍ରରେ ବିବାହ, ସମ୍ବିଧାନର ଶପଥ ନେଲେ ବର-କନ୍ୟା

1 min read

ଭୋପାଳ: ସମ୍ବିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ ବର କନ୍ୟା। ବାହାଘରରେ ଶୁଣିବାକୁ ମିଳିନଥିଲା ମନ୍ତ୍ର ଧ୍ୱନି କି ନଥିଲେ ପଣ୍ଡିତ । ବାବା ସାହେବ ଆମ୍ବେଦକରଙ୍କ ଫଟୋକୁ ସାକ୍ଷୀ ରଖି ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଇଛନ୍ତି । ମଧ୍ୟପ୍ରଦେଶର ସିହାେରରେ ଏଭଳି ନିଆରା ବାହାଘର ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସିହାେରରେ ମାଲବୀୟ ସମାଜର ଗ୍ରାମ ମୁଲ୍ଲାନୀରେ ରହୁଥିବା ଦୀପକ ମାଲବୀୟଙ୍କ ବାହାଘର ଶାଜାପୁରର ଲସୁଡିଆ ଗୌରୀ ବାସିନ୍ଦା ଆରତୀ ମାଲବୀୟଙ୍କ ସହ ହୋଇଛି। ଏହି ବାହାଘରରେ ମନ୍ତ୍ର ବଦଳରେ ସମ୍ବିଧାନର ପ୍ରସ୍ତାବନା ଶୁଣିବାକୁ ମିଳିଥିଲା ।

 

ବର-ବଧୂ ପ୍ରଥମେ ସମ୍ବିଧାନ ନିର୍ମାତା ଡ. ବାବା ସାହେବ ଆମ୍ବେଦକରଙ୍କ ଫଟୋ ଉପରେ ମାଲ୍ୟାପର୍ଣ କରିଥିଲେ । ଏହା ପରେ ପରସ୍ପରକୁ ବରମାଳା ପିନ୍ଧାଇବା ସହ ସମ୍ବିଧାନର ପ୍ରସ୍ତାବନାର ଶପଥ ନେଇଥିଲେ । ଏପରିକି ଆମ୍ବେଦକରଙ୍କ ଫଟୋ ଚାରିପଟେ ବୁଲି ବୈବାହିକ ନୀତି ସମ୍ପନ୍ନ କରିଥିଲେ ।

ଏହି ଅବସରରେ ଉପସ୍ଥିତ ପ୍ରିୟଜନ ସେମାନଙ୍କୁ ଆଶିର୍ବାଦ ଦେଇଥିଲେ । ଏହି ବିବାହ ନଦୀ ଚୗେରାହା ସ୍ଥିତ ମାଲବୀୟ ସମାଜର ମନ୍ଦିରରେ ହୋଇଛି । ସାମାଜିକ ଦୂରତା ସହ କୋଭିଡ କଟକଣାରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାପଡିଛି।

ଏନେଇ ଦୀପକ କହିଛନ୍ତି ଯେ, ଆମେ ଆମ୍ବେଦକରଙ୍କ ଫଟୋ ଚାରିପଟେ ବୁଲି ବିବାହ କରିଛୁ, ଯେଉଁଥିପାଇଁ ଆମେ ଗର୍ବିତ ।

Leave a Reply