୪୯୯ ବର୍ଷ ପରେ ହୋଲିରେ ଅଦ୍ଭୁତ ସଂଯୋଗ

A participant holds a tray of coloured powder as students take part in a cultural procession to celebrate Holi, the spring festival of colours, in Kolkata on March 9, 2020. - Holi is observed in India at the end of the winter season on the last full moon of the lunar month. (Photo by Dibyangshu SARKAR / AFP)

ନୂଆଦିଲ୍ଲୀ:   ପ୍ରତିବର୍ଷ ଦୋଳ ପୂର୍ଣ୍ଣିମାର ପର ଦିନ ଖୁବ ଧୁମଧାମରେ ପାଳନ ହୁଏ ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ ୨୮ ତାରିଖରେ ଦୋଳ ପୂର୍ଣ୍ଣିମା ପାଳନ ହେବାପରେ ୨୯ ମାର୍ଚ୍ଚରେ ହୋଲି ପର୍ବ ପାଳନ ହେବ । କିନ୍ତୁ ଚଳିତ ବର୍ଷ ହୋଲିର ରହିଛି ଏକ ଖାସ୍ ମାହାତ୍ମ୍ୟ । ଜ୍ୟୋତିର୍ବିଦଙ୍କ କହିବା ଅନୁସାରେ ଚଳିତ ବର୍ଷ ହୋଲିରେ ୪୯୯ ବର୍ଷ ପରେ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି ।

ଜ୍ୟାତିର୍ବିଜ୍ଞାନୀ ଏହା ମଧ୍ୟ କହିଛନ୍ତିଯେ, ହୋଲି ଦିନ ଚନ୍ଦ୍ରମା କନ୍ୟା ରାଶିରେ ଅବସ୍ଥାନ କରିବେ । ବୃହସ୍ପତି ଏବଂ ଶନି ସ୍ୱୟଂ ରାଶିରେ ବିରାଜମାନ କରିବେ । ଗ୍ରହଙ୍କ ଏଭଳି ମହାସଂଯୋଗ ୧୫୨୧ ମସିହାରେ ମଧ୍ୟ ହୋଇଥିଲା । ଏହି ମହାସଂଯୋଗ ୪୯୯ ବର୍ଷ ପରେ ପୁଣି ହେବାକୁ ଯାଉଛି ।

ତେବେ ରଙ୍ଗ ଏବଂ ଖୁସିର ଉତ୍ସବ ହୋଲି ଏଥର ଦୁଇ ଦୁଇଟି ସଂଯୋଗ ଆଣୁଛି । ଜ୍ୟାତିର୍ବିଦଙ୍କ କହିବା ଅନୁସାରେ ଚଳିତ ବର୍ଷ ହୋଲିରେ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ରହିଛି । ଏହି ଦୁଇଟି ଯୋଗ ଖୁବ୍ ଶୁଭ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହୋଲିର ଆଠଦିନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ସମସ୍ତ ଶୁଭ କାର୍ଯ୍ୟ ଉପରେ ରୋକ ଲଗାଯାଏ । ତେଣୁ ଚଳିତ ବର୍ଷ ୨୨ ମାର୍ଚ୍ଚରୁ ୨୮ ର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଶୁଭକାର୍ଯ୍ୟ ବର୍ଜନ କରାଯିବ ।

ହିନ୍ଦୁଧର୍ମ ମାନ୍ୟତା ଅନୁସାରେ ହିରଣ୍ୟକଶ୍ୟପ ଆଠଦିନ ପର୍ଯ୍ୟନ୍ତ ତାଙ୍କ ପୁଅ ପ୍ରହ୍ଲାଦଙ୍କୁ ଖୁବ୍ ନିର୍ଯାତନା ଦେଇଥିଲେ । ଭଗବାନ ବିଷ୍ଣୁଙ୍କର ଭକ୍ତ ପ୍ରହ୍ଲାଦଙ୍କ ଉପରେ ଖୁବ୍ କୃପାଦୃଷ୍ଟି ଥିଲା । ଏଥିପାଇଁ ସେ ତାଙ୍କ ଭକ୍ତ ପ୍ରହ୍ଲାଦକୁ ସବୁବେଳେ ରକ୍ଷା କରୁଥିଲେ । ସେହିଦିନଠାରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବର୍ଷ ହୋଲି ପର୍ବର ଆଠ ଦିନ ପୂର୍ବରୁ କୌଣସି ଶୁଭକାର୍ଯ୍ୟ କରାଯାଏନାହିଁ ।

ଓଡ଼ିଶାରେ ହୋଲି ପୂର୍ବ ଦିନ ଦୋଳ ପୂର୍ଣ୍ଣିମା ପାଳନ ହେଉଥିବା ବେଳେ ଦେଶର କେତେକ ରାଜ୍ୟରେ ହୋଲିକା ଦହନ ପାଳନ ହୁଏ । ଚଳିତ ବର୍ଷ ସଂନ୍ଧ୍ୟା ୬ଟା ୩୬ ମିନିଟରୁ ଆରମ୍ଭ ହୋଇ ୮ଟା ୫୬ ମିନିଟ୍ ପର୍ଯ୍ୟନ୍ତ ଏହି ଦିନ ଶୁଭ ମୁହୂର୍ତ୍ତ ରହିଛି ।

Leave a Reply