କମନୱେଲଥ ଗେମ୍ସରୁ ହକି ଇଣ୍ଡିଆ ଓହରିବା ପ୍ରସଙ୍ଗ, ବର୍ଷିଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
1 min readନୂଆଦିଲ୍ଲୀ: ହକି ଇଣ୍ଡିଆର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ । ୨୦୨୨ରେ ବର୍ମିଂହାମ୍ ହେବାକୁ ଥିବା କମନୱେଲଥ ଗେମ୍ସରେ ଭାଗ ନେବନାହିଁ ଭାରତୀୟ ହକି ଦଳ । ହକି ଇଣ୍ଡିଆର ଏଭଳି ନିଷ୍ପତ୍ତିକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ହକି ଏକ ଫେଡେରେସନର ଟିମ୍ ନୁହେଁ ପୂରା ଦେଶର ଟିମ୍ । ୧୩୦ କୋଟି ଭାରତୀୟ ଦଳ ।
#WATCH | On Hockey India's announcement to withdraw from Commonwealth Games, Union Sports Minister Anurag Thakur says, "India doesn't have only 18 players. If cricketers can play in IPL as well as the world cup, why can't hockey players participate in Asian & Commonwealth Games?" pic.twitter.com/rfneturYGL
— ANI (@ANI) October 10, 2021
ବ୍ୟାନ ପୂର୍ବରୁ ଫେଡେରେସନକୁ ସରକାରଙ୍କ ସହ ଆଲୋଚନା କରିବା ଦରକାର । ୧୩୦ କୋଟି ଲୋକ ସଂଖ୍ୟାରେ ମାତ୍ର ୧୮ ଖେଳାଳି ଦେଶକୁ ପ୍ରତିନିଧିତ୍ୱ କରନ୍ତି ନାହିଁ । ଅନ୍ତର୍ଜାତୀୟ ସ୍ତରର ମ୍ୟାଚରେ ଭାଗ ନେବା ଉଚିତ୍ । ହକି ଭଳି ଲୋକପ୍ରିୟ ଖେଳରେ ପ୍ରତିଭାଙ୍କ ଅଭାବ ନାହିଁ । ହକି ଇଣ୍ଡିଆ ଏଭଳି ନିଷ୍ପତ୍ତିରୁ ବିରତି ନେଉ ।
ଭାରତୀୟ ଦଳ କେଉଁଠି ଦେଶକୁ ପ୍ରତିନିଧିତ୍ୱ କରିବ ତାହା କେବଳ ଫେଡେରେସନ୍ ସ୍ଥିର କରିବ ନାହିଁ । ଏ ନିଷ୍ପତ୍ତି ଭାରତ ସରକାର ନେବେ । ଯଦି ଆଇପିଏଲ୍ ଓ ବିଶ୍ୱକପ୍ ଖେଳାଯାଇ ପାରୁଛି ତାହେଲେ ହକି ଖେଳାଳି କାହିଁକି ଏସିଆନ୍ ଗେମ୍ସ ଓ କମନୱେଲଥ ଗେମ୍ସରେ ଖେଳି ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।