କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା, ଦିନକ ତଳେ ବିହାର କରିଥିଲେ ନିର୍ବାଚନ ରାଲି

Union Minister Smriti Irani Tested Positive For Covid-19 During Bihar Election Campaign

ପାଟଣା: ବିହାର ନିର୍ବାଚନରେ ପ୍ରଚାର କରୁଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ସଂକ୍ରମିତ ହୋଇଛନ୍ତି । ବୁଧବାର ସେ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଗତ ଦିନରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି ସ୍ମୃତି ଇରାନୀ ।

ବିହାର ନିର୍ବାଚନ ପ୍ରଚାର ମଧ୍ୟରେ ବିଜେପିର ଅନେକ ନେତା କରୋନା ସଂକ୍ରମିତ ହୋଇ ସାରିଛନ୍ତି । ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶାହନବାଜ ହୁସେନ, ରାଜୀବ ପ୍ରତାପ ରୁଢ଼ି ପ୍ରମୁଖ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ମୋଦି ସରକାରର ଅନେକ ମନ୍ତ୍ରୀ ଏବେ ସୁଦ୍ଧା କରୋନା ସଂକ୍ରମିତ ହୋଇ ସାରିଲେଣି । ଏବେ ଏବେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କର ‘ଗୋ କରୋନା ଗୋ’ ଭିଡିଓ ବେଶ୍ ଭାଇରାଲ୍ ହେଉଛି । ମୋଦି ସରକାରରେ ରାଷ୍ଟ୍ର ରେଳମନ୍ତ୍ରୀ ଥିବା ସୁରେଶ ଅଙ୍ଗଡ଼ିଙ୍କ ଦେହାନ୍ତ କରୋନାରେ ହୋଇଛି ।

Leave a Reply