ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

1 min read

ନନ୍ଦିଘୋଷ ବ୍ୟୁରୋ: ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ଆଜି ଅନୁଗୁଳ ସ୍ଥିତ ନାଲକୋ ପରିଦର୍ଶନ କରିଛନ୍ତି । ନାଲକୋ ଅତିଥି ଭାବନରେ CISF ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ମନ୍ତ୍ରୀ ସ୍ମେଲ୍ଟର ପ୍ଲାଣ୍ଟ ସହ ସିପିପି ପରିଦର୍ଶନ କରିଥିଲେ। ପ୍ଲାଣ୍ଟରେ କାର୍ଯ୍ୟ ସଠିକ ଢ଼ଙ୍ଗରେ ଚାଲୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନାଲକୋର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ । ଏହି ଅବସରରେ ନାଲକୋ CMD ଏବଂ ଅନୁଗୋଳ, ଛେଣ୍ଡିପଦା ଓ ତାଳଚେର ବିଧାୟକ ଉପସ୍ଥିତ ଥିଲେ । ନାଲକୋ CMD ପ୍ଲାଣ୍ଟର ଉତ୍ପାଦନ କ୍ଷମତା ଦୁଇଗୁଣ ବଢ଼ାଯିବା ନେଇ କାର୍ଯ୍ୟ ଚାଲୁଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।