କେନ୍ଦ୍ରମନ୍ତ୍ରୀଙ୍କ ଗାଡିକୁ ପୁରୀରେ କାଳି ମାଡ

ପୁରୀ: ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ସଞ୍ଜୀବ କୁମାର ବଲିୟାନଙ୍କ ଗାଡି ଉପରକୁ ପୁରୀରେ କାଳି ମାଡ । ଛାତ୍ର କଂଗ୍ରେସ ପକ୍ଷରୁ ଏହି କାଳିମାଡ଼ କରାଯାଇଛି । ଦରଦାମ ବୃଦ୍ଧି, ଛାତ୍ର ଓ ଯୁବ ମରଣା ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗାଡି ଉପରକୁ କାଳିମାଡ଼ ହୋଇଛି ।

ଛାତ୍ର କଂଗ୍ରେସ ପୁରୀ ଜିଲ୍ଲା ସଭାପତି ଆଶୁତୋଷ ମିଶ୍ରଙ୍କ ନେତୃତ୍ବରେ କାଳିମାଡ଼ କରାଯିବା ସହ କେନ୍ଦ୍ରର ଗରିବ ମାରଣା ନୀତି ଓ ଦରଦାମ ବୃଦ୍ଧି ବିରୋଧରେ ସ୍ଲୋଗାନ ଦିଆଯାଇଛି । ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡି ଉପରକୁ ବି କାଳିମାଡ଼ କରିଥିଲା ଛାତ୍ର କଂଗ୍ରେସ । ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ଆକ୍ରମଣ କରିଥିଲା ଛାତ୍ର କଂଗ୍ରେସ । ଯେଉଁ ଦିନ ଯାଏଁ ଦରଦାମ ସ୍ବାଭାବିକ ହେଇନି ସେଦିନ ଯାଏଁ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାରେ ଚଲାଇ ଦିଆଯିବ ନାହିଁ ବୋଲି କହିଛନ୍ତି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜ ।