କେନ୍ଦ୍ର ମନ୍ତ୍ରୀ ଗଡ଼କରୀଙ୍କୁ କରୋନା, ମୌସୁମୀ ଅଧିବେଶନର ପ୍ରଥମ ଦିନ ଯାଇଥିଲେ ସଂସଦ

1 min read
Time To Show Exit Door From NHAI Minister Nitin Gadkari Blast Official

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଦୁର୍ବଳ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କରୋନା ପରୀକ୍ଷା କରାଇଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ।

ରିପୋର୍ଟ ଆସିବା ପରେ ନୀତିନ ଗଡ଼କରୀ ଆଇସୋଲେସନରେ ଅଛନ୍ତି । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସାବଧାନ ରହିବା ସହ ନିୟମ ପାଳନ କରିବାକୁ କହିଛନ୍ତି । ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନ ସେପ୍ଟେମ୍ବର ୧୪ରେ ସେ ସଂସଦ ଯାଇଥିଲେ ।

ନୀତିନ ଗଡ଼କରୀ କହିଛନ୍ତି- ଗତକାଲି ମୋତେ ଦୁର୍ବଳା ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ ପରେ ଚେକଅପ୍ କରିଥିଲି, ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଆପଣମାନଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଯୋଗୁଁ ଠିକ୍ ଅନୁଭବ କରୁଛି । କରୋନାର ଭୟାବହତା ଭିତରେ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଏବେ ଯାଏଁ ୩୦ରୁ ଅଧିକ ସାଂସଦଙ୍କ ନମୁନା କରୋନା ପଜିଟିଭ୍ ଆସିଛି ।

ଏହା ପୂର୍ବରୁ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏମ୍ସରେ ପୁଣି ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୧୮ ତାରିଖରେ ଶାହ କୋଭିଡ୍ ମୁକ୍ତ ହେବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ୧୨ ଦିନ ମେଡିକାଲରେ ରହିବା ପରେ ଅଗଷ୍ଟ ୩୧ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।

Leave a Reply