କାବୁଲରୁ ଆସିଲା ଗୁରୁଗ୍ରନ୍ଥ ସାହିବଙ୍କ ପ୍ରତିଲିପି, ମୁଣ୍ଡରେ ରଖି ଆଣିଲେ ମନ୍ତ୍ରୀ ହରଦୀପ ସିଂହ ପୁରୀ

1 min read

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଛି । ଏହି କ୍ରମରେ ମଙ୍ଗଳବାର ଦିନ ଦୁଶାନବେରୁ ଏକ ଏୟାର ଇଣ୍ଡିଆ ବିମାନ (AI 1956) ୭୮ ଜଣଙ୍କ ସହ ଦିଲ୍ଲୀରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ନାଗରିକ ମଧ୍ୟ ଥିଲେ । ଏହା ବ୍ୟତୀତ ଆଫଗାନିସ୍ତାନ ଶିଖ ଏବଂ ହିନ୍ଦୁ ପରିବାର ମଧ୍ୟ ସେମାନଙ୍କ ସହ ଆସିଛନ୍ତି ।

ଏଥି ସହିତ ଶିଖ ସମ୍ପ୍ରଦାୟର କିଛି ଲୋକ ପବିତ୍ର ଗୁରୁ ଗ୍ରନ୍ଥ ସାହେବଙ୍କ ୩ କପି ସେମାନଙ୍କ ସହ କାବୁଲ ଗୁରୁଦ୍ୱାରରୁ ଆଣିଥିଲେ । ଯାହାକୁ କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏବଂ ବିଜେପି ନେତା ଆର.ପି. ସିଂ ସେମାନଙ୍କୁ ଗ୍ରହଣ କରିଥିଲେ ।

ତେବେ ଦେଖଣାହାରୀଙ୍କ ମନ ମୋହିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ । କାରଣ ଗୁରୁ ଗ୍ରନ୍ଥ ସାହେବଙ୍କ କପିକୁ ସେ ଖାଲି ପାଦରେ ଚାଲି ଚାଲି ମୁଣ୍ଡରେ ବୋହି ଆଣିଥିଲେ । ଏହାସହ ମୁଖରେ ଶୁଣିବାକୁ ମିିଳିଥିଲା ସତ ନାମ ଶ୍ରୀ ଓ୍ୱାହେଗୁରୁ । ଏହାପୂର୍ବରୁ ଶିଖ ସମ୍ପ୍ରଦାୟର ଲୋକମାନଙ୍କର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।

ଯେଉଁଥିରେ ସେମାନେ ବିମାନ ଭିତରେ ‘ଜୋ ବୋଲେ ସୋ ନିହାଲ ଏବଂ ୱାହ ଗୁରୁଜୀ କା ଖାଲସା- ୱାହ ଗୁରୁଜୀ କି ଫତେହ’ କହୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସେୟାର କରିଛନ୍ତି । ସୂଚନାନୁସାରେ, ତାଲିବାନର ଭୟ ମଧ୍ୟରେ ସୋମବାର ଦିନ କାବୁଲରୁ ଦୁଶାନବେକୁ ୭୮ ଜଣଙ୍କୁ ପରିବହନ କରାଯାଇଥିଲା । ଆଜି ସମସ୍ତ ଲୋକ ଦିଲ୍ଲୀରେ ପହଞ୍ଚିଛନ୍ତି ।

Leave a Reply